‘ୟୁଟ୍ୟୁବ୍‌’ ଅଫିସ୍‌ରେ ଗୁଳି ଚଳାଇ ୪ ଜଣଙ୍କୁ ଆହତ କରିବା ପରେ ମହିଳାଙ୍କ ଆତ୍ମହତ୍ୟା

ସାନ୍‌ ବ୍ରୁନୋ, କାଲିଫର୍ଣ୍ଣିଆ: ମଙ୍ଗଳବାର ଦିନ ‘ୟୁଟ୍ୟୁବ୍‌’ ମୁଖ୍ୟାଳୟରେ ଜଣେ ମହିଳା ଗୁଳି ଚଳାଇ କର୍ମଚାରୀଙ୍କୁ ଭୀତତ୍ରସ୍ତ କରିବା ସହ ଚାରିଜଣଙ୍କୁ ଲହୁଲୁହାଣ କରି ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ଏବଂ ଦେଖଣାହାରୀମାନେ କହିଛନ୍ତି।

ଗୁଳିକାଣ୍ଡ ହେଉଛି ବୋଲି ୯୧୧ଟି ଫୋନ୍‌ କଲ୍‌ ପାଇ ସାନ୍‌ ବ୍ରୁନୋ ସହରସ୍ଥିତ କମ୍ପାନି ପରିସରରେ ଅଧିକାରୀ ଏବଂ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ବହୁ ସଂଖ୍ୟାରେ ପହଞ୍ଚି ଯାଇଥିଲେ।

ଟେଲିଭିଜନ୍‌ ନିଉଜ୍‌ ଫୁଟେଜ୍‌ରେ ଦେଖା ଯାଉଛି ଲୋକେ ହାତ ଟେକି ଗୋଟିଏ ଧାଡ଼ିରେ କୋଠାରୁ ବାହାରି ଆସୁଛନ୍ତି। କାହା ପାଖରେ ଅସ୍ତ୍ରଶସ୍ତ୍ର ନାହିଁ ବୋଲି ନିଶ୍ଚିତ ହେବାକୁ ଅଫିସର୍‌ମାନେ ସେମାନଙ୍କ ଦେହରେ ହାତ ବୁଲାଇ ଯାଞ୍ଚ କରୁଛନ୍ତି।

‘ୟୁଟ୍ୟୁବ୍‌’ କର୍ମଚାରୀ ଓ୍ଵାଦିମ୍‌ ଲାଓ୍ଵରୁସିକ୍‌ ଟୁଇଟର୍‌ ପୋଷ୍ଟ୍‌ରେ କହିଛନ୍ତି ଯେ ସେ ବନ୍ଧୁକ ଫୁଟିବା ଶବ୍ଦ ଶୁଣି ପାରିବା ସହ ଲୋକେ ଦୌଡ଼ାଦୌଡ଼ି କରୁଥିବାର ଦେଖିଥିଲେ। ନିରାପଦରେ ବାହାରକୁ ଛଡ଼ା ଯିବା ପୂର୍ବରୁ ତାଙ୍କ ସହକର୍ମୀଙ୍କ ସହ ଗୋଟିଏ ଘରେ ବନ୍ଦ କରି ରଖାଯାଇଥିଲା।

ସାନ୍‌ ଫ୍ରାନ୍‌ସିସ୍‌କୋ ଜେନେରାଲ୍‌ ହସ୍‌ପିଟାଲ୍‌ ତିନି ଜଣ ରୋଗୀ ଗ୍ରହଣ କରିଛି। ସେମାନେ ହେଲେ ସାଙ୍ଘାତିକ ଅବସ୍ଥାରେ ଥିବା ଜଣେ ୩୬ ବର୍ଷିୟ ଲୋକ, ଜଣେ ୩୨ ବର୍ଷୀୟ ମହିଳା ଏବଂ ସାମାନ୍ୟ ଆହତ ଜଣେ ୨୭ ବର୍ଷୀୟ ମହିଳା। ରୋଗୀ ସଂଖ୍ୟା ଅଧିକ ହୋଇପାରେ ବୋଲି ଡାକ୍ତରଖାନା ଆଶା କରୁଛି।

ପୁଲିସ ଅଧିକାରୀଙ୍କ ସହ କମ୍ପାନ ସହଯୋଗ କରୁଛି ବୋଲି ଟୁଇଟର୍‌ ଯୋଗେ ଗୁଗଲ୍‌ କହିଛି।

ଏ କଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ମଧ୍ୟ ଜଣାଇ ଦିଆଯାଇଥିବା କଥା ହ୍ଵାଇଟ୍‌ ହାଉସ୍‌ କହିଛି।

ସମ୍ବନ୍ଧିତ ଖବର