ଅଦାଲତକୁ ସନ୍ତାନ ଜନ୍ମ କରିବାର ଅନୁମତି ମାଗିଲେ ମହିଳା, ସ୍ୱାମୀ ଅଲଗା ରହୁଥିବାରୁ ଏଭଳି ବାଟ ବତାଇଲେ ବିଚାରପତି

ନୂଆଦିଲ୍ଲୀ : ବିବାହ ପରେ ଘରୋଇ କଳହ ପାଇଁ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ କିଛି ବର୍ଷ ପରେ ନିଜ ବୟସ ବଢ଼ୁଥିବା ଦେଖି ମହିଳା ସନ୍ତାନ ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ପାଇଁ ସେ ଅଦାଲତକୁ ଅନୁରୋଧ କରି ସନ୍ତାନ ଜନ୍ମ ପାଇଁ ଅନୁମତି ମାଗିଥିଲେ । ପରିସ୍ଥିତିକୁ ଦେଖି ବିଚାରପତି ସ୍ୱାତୀ ଚୌହାନ ମହିଳାଙ୍କୁ ଆଇଭିଏଫ୍‌ ଜରିଆରେ ସନ୍ତାନ ଜନ୍ମ କରିବା ପାଇଁ ପରାମର୍ଶ ଦେଇଥିବା ଜଣା ପଡ଼ିଛି ।

aajtak.intoday.in

ସୂଚନା ମୁତାବକ, ବିବାହ ପରେ ଝଗଡ଼ା ହେବାରୁ ୨୦୧୭ରେ ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଯୁବକ । କିନ୍ତୁ ମହିଳା ସାଥୀରେ ରହିବା ପାଇଁ ଆବେଦନ କରିଥିଲେ । ଏ ନେଇ କୌଣସି ରାୟ ଶୁଣା ଯାଇ ନଥିବା ବେଳେ ଏବେ ମହିଳା ନିଜ ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି । ବୟସ ୩୫ହୋଇ ଯାଇଥିବା ବେଳେ ବୟସ ଗଡ଼ିଯିବା ପୂର୍ବରୁ ସେ ଦ୍ୱିତୀୟ ସନ୍ତାନର ମା’ ହେବାକୁ ଚାହୁଁଥିବା ସହ ଏ ନେଇ ଅଦାଲତରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଏ ନେଇ ରାଜି ହୋଇ ନଥିଲେ । ଦୁଇ ପକ୍ଷର ଇଚ୍ଛା ରଖିବାକୁ ଯାଇ ବିଚାରପତି ଆଇଭିଏଫ ଟେକ୍‌ନିକ୍‌ ଜରିଆରେ ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର