ବିବାହ ପରେ ସ୍ୱାମୀଙ୍କର ନୁହେଁ ସ୍ପର୍ମ ଡୋନରଙ୍କ ପିଲାର ମା’ ହେବାକୁ ଚାହୁଁଥିଲେ ପତ୍ନୀ,ଫେସ୍‌ବୁକ୍‌ରେ ପତ୍ନୀଙ୍କ ଏଭଳି ଅଜବ ଇଚ୍ଛା ପଛର କାରଣ ଜଣାଇଲେ ସ୍ୱାମୀ

ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ବିବାହର ୩ ବର୍ଷ ପରେ ମା’ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ପତ୍ନୀଙ୍କ ଏଭଳି ଇଚ୍ଛା ଜାଣି ସ୍ୱାମୀ ଖୁସି ହେବା ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଯିବା ପରେ ମନା କରି ଦେଇଥିଲେ ପତ୍ନୀ । ମୋତେ ମନା କଲେ ତୁମର ମା’ ହେବାର ଇଚ୍ଛା କିପରି ପୂରଣ ହେବ ବୋଲି ପଚାରିଥିଲେ ସ୍ୱାମୀ। ଏହାର ଉତ୍ତର

ରେ ମୁଁ ତୁମର ନୁହଁ, ଜଣେ ସ୍ପର୍ମ ଡ଼ୋନରଙ୍କ ପିଲାର ମା’ ହେବାକୁ ଚାହୁଁଛି କହିଥିଲେ ପତ୍ନୀ । ପତ୍ନୀଙ୍କ ଏଭଳି ଇଚ୍ଛା ଜାଣି ସ୍ୱାମୀ ଆଶ୍ଚର୍ଯ୍ୟ ହେବା ସହ ଏହା ପଛର କାରଣ ତାଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଥିଲେ । ଦୁଃଖରେ ଭାଙ୍ଗି ପଡ଼ିବା ପରେ ସେ ନିଜର ଦୁଃଖ ସୋସିଆଲ ମିଡିଆରେ ସେୟାର କରିଥିଲେ ।

Mirror

ସେ କରିଥିବା ପୋଷ୍ଟ ଅନୁଯାୟୀ,ମୁଁ ଅସୁନ୍ଦର ଥିବାରୁ ଆମର ପିଲା ଯେମିତି ଅସୁନ୍ଦର ନ ହୁଅନ୍ତୁ,ସେ ନେଇ ମୋ ପତ୍ନୀ ସ୍ପର୍ମ ଡ଼ୋନରଙ୍କ ପିଲାର ମା’ ହେବାକୁ ଇଚ୍ଛା କରିଥିବା ଲେଖିଛନ୍ତି ସ୍ୱାମୀ । ପୀଡ଼ିତଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ପତ୍ନୀଙ୍କୁ ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର