ମହିଳାଙ୍କ ଦାବି : ମୁଁ ଆଘ୍ରାଣ କରି କିଏ ମରିବାକୁ ଯାଉଛି ତାହା ଜାଣି ପାରେ !

ସିଡନି : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମନୋବିଜ୍ଞାନୀ ନିଜ ବିଷୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସମସ୍ତଙ୍କୁ ଜଣାଇଛନ୍ତି । ଆଗକୁ କେଉଁ ବ୍ୟକ୍ତି ମରିବାକୁ ଯାଉଛି ସେ ବିଷୟରେ ତାଙ୍କୁ ପୂର୍ବାଭାସ ହୋଇଯାଏ ବୋଲି ସେ କହିଛନ୍ତି । ଉରି କଲା ନାମକ ଏହିମନୋବିଜ୍ଞାନୀଙ୍କ କହିବା ଅନୁଯାୟୀ ସେ ଜଣେ ମଣିଷର ଶରୀରର ବାସ୍ନା ଆଘ୍ରାଣକରି କେତେବେଳେ ଏବଂ କେଉଁ ସମୟରେ ସେ ମରିବାକୁ ଯାଉଛନ୍ତି ତାହା କହି ପାରିବେ । ଉରି କଲା ୧୨ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ପାଖରେ ଏହି ଶକ୍ତି ଅଛି ବୋଲି ସେ ଜାଣିବାକୁ ପାଇଥିଲେ । ୧୨ବର୍ଷ ବୟସରେ ସେ ତାଙ୍କର ଜଣେ ସଂପର୍କିୟଙ୍କୁ ଦେଖା କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଏଭଳି କିଛି ଶକ୍ତି ତାଙ୍କ ପାଖରେ ଅଛି ବୋଲି ଅଭାସ ହୋଇଥିଲା । ସେ ସମୟରେ ସେ ଏକ ଅଜବ ଧରଣର ଗନ୍ଧ ଅଘ୍ରାଣ କରିଥିଲେ । ଯାହା ବିଷୟରେ କି ତାଙ୍କର ଅନ୍ୟ ପରିବାର ସଦସ୍ୟକୁ ଜଣା ପଡ଼ି ନଥିଲା । ଏହା ପରେ ଧୀରେ ଧୀରେ ସେ ସେହି ଗନ୍ଧକୁ ଅନ୍ୟ ଲୋକଙ୍କ ପାଖରେ ଅନୁଭବ କଲେ ଯେଉଁମାନେ କି କିଛି ଦିନ ପରେ ମୃତ୍ୟୁବରଣ କରିଥିଲେ ।

denkerinnen.de

କିନ୍ତୁ କିଏ କେତେବେଳେ ମୃତ୍ୟୁବରଣ କରିବ ତାହା ଜାଣି ମଧ୍ୟ ଉରି ତାଙ୍କ ଶକ୍ତିକୁ ଉପଯୋଗ କରି କାହାକୁ ବଞ୍ଚାଇ ପାରି ନାହାନ୍ତି ବୋଲି କହିଛନ୍ତି । ଯାହା ତାଙ୍କ ପାଇଁ ଏକ ବହୁତ ବଡ଼ ଦଃଖ । ଏହା ସହ ସେ କାହାକୁ ବଞ୍ଚାଇ ପାରୁ ନ ଥିବାରୁ କିଏ ମୃତ୍ୟୁ ମୁଖକୁ ଯାଉଛି ସେ ନେଇ ମଧ୍ୟ ସେ କାହାକୁ ଜଣାନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ ଖାଲି ମୋ ମଧ୍ୟରେ ନୁହଁ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଶକ୍ତି ରହିଥାଏ । କିନ୍ତୁ ଛୋଟ ବେଳେ ସେମାନଙ୍କ ଲାଳନ ପାଳନ ପାଇଁ ତାହା ସବୁ ଦିନ ପାଇଁ ଲୁଚି ରହି ଯାଇଥାଏ । ଉରି ଏବେ ମନୋବିଜ୍ଞାନୀ ଥିବା ବେଳେ ଅନେକ ମହିଳାଙ୍କୁ ଏ ନେଇ ପ୍ରଶିକ୍ଷଣ ମଧ୍ୟ ଦେଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର