୧୧ଜଣ ପୁରୁଷଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା, ମହିଳାଙ୍କୁ ସର୍ବସାଧାରଣରେ ପଥରରେ ଛେଚିଛେଚି ହତ୍ୟା

ମୋଗାଦିସୁ: ସୋମାଲିୟାରେ ଜଣେ ମହିଳା ୧୧ଜଣ ଯୁବକଙ୍କୁ ବିବାହ କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ତାଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ସୋମାଲିୟାରେ ଏକ ଉଗ୍ରବାଦୀ ସଙ୍ଗଠନ ଅଲ-ସବାବ ଏହି ଘଟଣାର ସମ୍ପର୍କରେ ସୂଚନା ଦେଇଥିଲେ। ଜଣେ ମହିଳା ୧୧ଜଣ ପୁରୁଷଙ୍କୁ ବିବାହ କରିଥିଲା। ଯେଉଁଥିପାଇଁ ତାଙ୍କୁ ପଥରରେ ଛେଚିଛେଚିହତ୍ୟା କରାଯାଇଛି।

ସୂଚନାଯୋଗ୍ୟ, ସୁକରି ଅବଦୁଲ୍ଲାହି ନାମକ ଜଣେ ୫୦ବର୍ଷୀୟ ମହିଳାଙ୍କୁ କେତେଜଣ ଯୁବକ ମୁହଁରେ କଳାକନା ବାନ୍ଧି ଉଗ୍ରବାଦୀ ସଙ୍ଗଠନ ସର୍ବସାଧାରଣରେ ହତ୍ୟା କରିଥିଲେ। ଅଲ-ସବାବ ସଙ୍ଗଠନର ରିଜନଲ ଗଭର୍ଣ୍ଣର ମୋହମ୍ମଦ ଅବୁ ଓସାମା କହିଛନ୍ତି, ମହିଳାଙ୍କୁ ତାଙ୍କ ୯ଜଣ ସ୍ୱାମୀଙ୍କ ସହିତ କୋର୍ଟରେ ହାଜର କରାଯାଇଥିଲା। ସେମାନେ ବି ମହିଳାଙ୍କୁ ତାଙ୍କ ପତ୍ନୀ ଭାବେ ସ୍ୱୀକାର କରିଥିଲେ। ତେବେ ମହିଳା ବି ସର୍ବ ସମ୍ମୁଖରେ ସ୍ୱୀକାର କରିଥିଲେ କି ସେ ବିନା ତଲାକ୍‌ରେ ୧୧ଜଣ ଯୁବକଙ୍କ ବିବାହ କରିଛନ୍ତି ବୋଲି। ଇସଲାମ୍‌ ଧର୍ମ ଅନୁସାରେ ଜଣେ ମହିଳାଙ୍କର ଗୋଟିଏ ସ୍ୱାମୀ ରଖିବାର ଅଧିକାର ରହିଛି।

ସମ୍ବନ୍ଧିତ ଖବର