ମାସିକ ଧର୍ମ ବନ୍ଦ ହେବା ପରେ ଫୁଲିବାକୁ ଲାଗିଥିଲା ମହିଳାଙ୍କ ପେଟ, ବୟସ ବୃଦ୍ଧି ହେତୁ ଏପରି ହେଉଥିବ ବୋଲି ଭାବିଥିବା ବେଳେ ପେଟରୁ ବାହାରିଲା ଏଭଳି ଜିନିଷ

ନୂଆଦିଲ୍ଲୀ: ଆମେରିକାର ଇଡାହୋରେ ରହୁଥିବା ଜଣେ ମହିଳାଙ୍କ ପେଟରୁ ବାହାରିଥିବା ଜିନିଷକୁ ଦେଖି ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବ୍ରେଣ୍ଡା ନାମକ ମହିଳାଙ୍କ ମାସିକ ଧର୍ମ ବନ୍ଦ ହେବା ପରେ ତାଙ୍କ ଓଜନ ବଢ଼ିବାକୁ ଲାଗିଥିଲା । ଓଜନ ବଢ଼ିବା ସହ ତାଙ୍କ ପେଟ ମଧ୍ୟ ବଢ଼ିବାକୁ ଲାଗିଥିଲା । ଯାହାକୁ ଦେଖି ଏହା ମାସିକ ଧର୍ମ ବନ୍ଦ ହେବାର ଲକ୍ଷଣ ବୋଲି ଭାବି ବ୍ରେଣ୍ଡା ଏହାକୁ ସହଜରେ ନେବାକୁ ଲାଗିଥିଲେ ।

କିନ୍ତୁ କିଛି ମାସ ମଧ୍ୟରେ ବ୍ରେଣ୍ଡାଙ୍କ ଓଜନ ୨୨କିଲୋ ବଢ଼ି ଯାଇଥିଲା । ଏପରି ଅବସ୍ଥା ଦେଖି ଶେଷରେ ବ୍ରେଣ୍ଡା ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ମୋତେ ଖାଇବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କଥା ବ୍ରେଣ୍ଡା ଡ଼ାକ୍ତରଙ୍କୁ ଜଣାଇବା ପରେ ଡ଼ାକ୍ତର ତାଙ୍କୁ ସୋନୋଗ୍ରାଫି କରାଇଥିଲେ । ସୋନୋଗ୍ରାଫି ପରେ ମହିଳାଙ୍କ ପେଟରେ ଏକ ବଡ଼ ଟ୍ୟୁମର ଥିବା ଦେଖିଥିଲେ ଡ଼ାକ୍ତର । ଟ୍ୟୁମରର ଓଜନ ୨୨କିଲୋ ଥିଲା ବୋଲି ଜଣା ପଡ଼ିଛି । ବ୍ରେଣ୍ଡାଙ୍କ ପେଟର ତଳ ଭାଗରେ ଏହା ବଢ଼ୁଥିବା ଦେଖି ଡ଼ାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରିବା କଥା କହିଥିଲେ ।

bhaskar.com

ଡ଼ାକ୍ତରଙ୍କ କହିବା ଅନୁଯାୟୀ, ବ୍ରେଣ୍ଡାଙ୍କ ପେଟରେ କିଛି ଆବ୍‌ନର୍ମାଲ ଟିସୁ ତିଆରି ହେଉଥିଲା । ଏହା ଏକ ପ୍ରକାରର ରୋଗ ହୋଇଥିବା ବେଳେ ଏହାକୁ ଏଣ୍ଡୋମେଟ୍ରିଓସିସ୍‌ ବୋଲି କୁହାଯାଇଥାଏ । କିନ୍ତୁ ଠିକ୍‌ ସମୟରେ ଚିକିତ୍ସା କରା ନଗଲେ ଏହା ଟ୍ୟୁମରର ରୁପ ନେଇ ଯାଇଥାଏ । ଯାହା ବ୍ରେଣ୍ଡାଙ୍କ ସହ ଘଟିଥିଲା । ୨.୫ଘଣ୍ଟା ଅସ୍ତ୍ରୋପଚାର କରାଯିବା ପରେ ବ୍ରେଣ୍ଡାଙ୍କ ପେଟରୁ ଟ୍ୟୁମରକୁ ବାହାର କରାଯାଇଥିଲା । ସେ ଏବେ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର