ମା’ କାଳୀଙ୍କ ବିସର୍ଜନ ଯାତ୍ରାରେ ହଠାତ୍‌ ନିଜ କାମ ଛାଡ଼ି ନାଚିବାକୁ ଲାଗିଲେ ମହିଳା ପୁଲିସ କନେଷ୍ଟବଳ, ଭିଡିଓ ଭାଇରାଲ

ଶିବପୁର(କୋଲକାତା): ପଶ୍ଚିମବଙ୍ଗର ଶିବୁପୁରରେ ଜଣେ ମହିଳା କନେଷ୍ଟବଳ ଡ୍ୟୁଟି ସମୟରେ ନାଚିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାର ଏକ ଭିଡିିଓ ଭାଇରାଲ ହେବା ପରେ ଶିବପୁର ପୁଲିସର କାର୍ଯ୍ୟଦକ୍ଷତା ଉପରେ ଅନେକ ଲୋକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ତେବେ ଏହି ଘଟଣା ପରେ ମହିଳା ପୁଲିସ କନେଷ୍ଟବଳଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସୂଚନା ମୁତାବକ, ମା’ କାଳୀଙ୍କ ପୂଜା ଶେଷ ହେବା ପରେ ମା’ଙ୍କୁ ବସର୍ଜନ ପାଇଁ ନିଆଯାଉଥିଲା । ବିସର୍ଜ୍ଜନ ଯାତ୍ରାରେ ଅନେକ ଲୋକ ଯୋଗ ଦେଇଥିଲେ । ଭିଡ଼କୁ ନିୟନ୍ତ୍ରଣ ଲାଗି ପୁଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା । ବିସର୍ଜନ ଯାତ୍ରା କିଛି ବାଟ ଯିବା ପରେ ଜଣେ ମହିଳା ପୁଲିସ କନେଷ୍ଟବଳ ହଠାତ୍‌ ଲାଇନ୍‌ରୁ ବାହାରି ଆସି ନାଚିବାକୁ ଲାଗିଥିଲେ । ଏହି ଘଟଣା ବିସର୍ଜନର ଦୃଶ୍ୟ ରେକର୍ଡ଼ କରୁଥିବା ଲୋକଙ୍କ ଫୋନରେ କଏଦ୍‌ ହୋଇ ଯାଇଥିଲା । ଏବେ ଭିଡ଼ିଓ ଭାଇରାଲ ପରେ କନେଷ୍ଟବଳଙ୍କ ଚିନ୍ତା ବଢ଼ିଥିବା ଜଣାପଡ଼ିଛି । ଅନେକ ଏହାକୁ ବିରୋଧ କରୁଥିବା ବେଳେ କିଛି ଲୋକ ସେମାନଙ୍କ ମଧ୍ୟ ମଜା କରିବାର ଅଧିକାର ରହିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର