୨୪ଘଣ୍ଟା ମଧ୍ୟରେ ଦୁଇ ଥର ମୃତ ଘୋଷିତ ହେବା ପରେ ଥରେ ଜୀବିତ ହେଲେ ମହିଳା,ପରିବାର ସହ ପୁଲିସ ବି ହୋଇଗଲା ଆଶ୍ଚର୍ଯ୍ୟ,ଏହା ଥିଲା ପ୍ରକୃତ କାରଣ 

ରାୟପୁର: ରାୟପୁରରେ ଥିବା ଆମ୍ବେଦକର ହସ୍ପିଟାଲରେ ମଙ୍ଗଳବାର ସଂନ୍ଧ୍ୟା ୫ଟା ସମୟରେ ଡ଼ାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କଲେ । ପରିବାରଲୋକଙ୍କୁ ଏହି ଦଃଖ ଖବର ଡ଼ାକ୍ତର ଜଣାଇବା ପରେ ସେମାନେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୧୫ଘଣ୍ଟା ପରେ ବୁଧବାର ସକାଳ ୮ଟାରେ ଯେତେବେଳେ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ । ସେତେବେଳେ ମହିଳା ଜୀବିତ ଥିବା କହିଥିଲେ ଡ଼ାକ୍ତର । ଡ଼ାକ୍ତରଙ୍କଠାରୁ ଏହି କଥା ଶୁଣି ପରିବାରଲୋକେ ଆଶ୍ଚର୍ଯ୍ୟ ହେବା ସହ କିପରି ସମ୍ଭବ ବୋଲି ପଚାରିବା ପରେ ମହିଳାଙ୍କ ବ୍ରେନ୍‌ ଡ଼େଡ଼୍‍ ହୋଇଛି ତାଙ୍କ ମୃତ୍ୟୁ ହୋଇ ନାହିଁ ବୋଲି କହିଥିଲେ ଡ଼ାକ୍ତର ।

ଏହି କଥା ଶୁଣି ପରିବା ଲୋକେ ଟିକେ ଆଶ୍ୱସ୍ତି ଅନୁଭବ କରିବା ପରେ ଡ଼ାକ୍ତର ପୁଣି ସଂନ୍ଧ୍ୟା ୪ଟାରେ ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ ଏପରି କଥା ବଦଳାଇବା ଦେଖି ମୃତ୍ୟୁ ହୋଇଛି କି ନାହିଁ ନିଶ୍ଚିତ କରିବା ପାଇଁ ପୁଲିସ ଡ଼ାକ୍ତରଙ୍କୁ ୨୪ଘଣ୍ଟାର ସମୟ ଦେଇଥିଲା । ୨୪ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯିବାରୁ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

The Indian Express

ସୂଚନା ମୁତାବକ, ମହିଳା ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନା ଅଣା ଯାଇଥିଲା । କିନ୍ତୁ ତାଙ୍କର ବ୍ରେନ୍‌ ଡ଼େଡ଼୍‍ ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଭାବି ନେଇଥିଲେ । ଡ଼ାକ୍ତରଙ୍କ ଏଭଳି ଅପାରଗତା ବିଷୟରେ ଜାଣିବା ପରେ ଡ଼ାକ୍ତରଖାନା ତରଫରୁ ଏ ନେଇ ତଦନ୍ତ କରାଯିବା ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର