ପ୍ରସବ ପରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମା’ ଏବଂ ନବଜାତ, କିନ୍ତୁ ନର୍ସଙ୍କ ଏହି କଥା ଶୁଣି ଚାଲିଗଲା ମା’ର ଜୀବନ

ଛତରପୁର୍‌(ମଧ୍ୟପ୍ରଦେଶ) : ରବିବାର ମହାରାଜପୁର ଡ଼ାକ୍ତରଖାନାରେ ଜଣେ ମହିଳା ଏକ ଅସ୍ୱାଭାବିକ କାରଣ ଲାଗି ମୃତ୍ୟୁବରଣ କରିଛନ୍ତି । ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ସେ ଏବଂ ନବଜାତ ଦୁହେଁ ସୁସ୍ଥ ଥିଲେ । କିନ୍ତୁ ପରେ ନର୍ସଙ୍କ ଏକ କଥା ଶୁଣି ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପୁଅ ନୁହେଁ, ଝିଅ ଜନ୍ମ ହୋଇଥିବା କଥା ନର୍ସ କହିବା ପରେ ମହିଳାଙ୍କ ଏପରି ଅବସ୍ଥା ହୋଇଥିବା ସୂଚନା ମିଳିଛି ।

Pixabay

ସ୍ୱାମୀ କାଳୀଚରଣଙ୍କ କହିବା ଅନୁଯାୟୀ, ରମା ଦେବୀଙ୍କ ସହ ତାଙ୍କର ବିବାହ ୧୦ବର୍ଷ ପୂର୍ବେ ହୋଇଥିଲା । ବିବାହ ପରେ ତାଙ୍କର ୪ଟି ଝିଅ ଜନ୍ମ ହୋଇଥିଲେ । ୪ଟି ଝିଅ ହେବା ପରେ ପଞ୍ଚମ ଥର ଗର୍ଭବତୀ ହେବାରୁ ରମାବତୀ ପୁଅ ହେବ ବୋଲି ଆଶା କରିଥିଲେ । କିନ୍ତୁ ପ୍ରସବ ପରେ ପୁଣି ଝିଅ ହୋଇଥିବା ବେଳେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର