ଚଳନ୍ତା ଟ୍ରେନରୁ ଖସିଗଲା ମହିଳାଙ୍କ ଗୋଡ଼, କିଛି ଦୂର ଘୋଷାଡ଼ି ହୋଇ ଚାଲିଗଲେ ! ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ: ଆଜିକାଲି ଲୋକଙ୍କୁ ସବୁ କାମ ତରବର ହେବା ଦେଖିବାକୁ ମିଳିଥାଏ। କୌଣସି ସ୍ଥାନରେ ପହଞ୍ଚିବା ପାଇଁ ହେଉ ବା କିଛି ପାଇବା ପାଇଁ ସବୁ ଜିନିଷକୁ କମ ସମୟରେ ହାସଲ କରିବାର ଆଗ୍ରହ ରହିଥାଏ । କାମ ଶୀଘ୍ର କରିବା ବେଳେ ସମୟ ସମୟରେ ଦୁର୍ଘଟଣା ଘଟିଥାଏ । ଏପରି ଏକ ଘଟଣା ମୁମ୍ବାଇରେ ନିକଟରେ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ଜୀବନ ଅଳ୍ପକେ ବଞ୍ଚିଛି। ମହିଳା ଜଣକ ଲୋକାଲ୍ ଟ୍ରେନରେ ଚଢ଼ୁଥିବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ପରେ ତାଙ୍କୁ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଟାଣି ବଞ୍ଚାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ABP News
ଭିଡ଼ିଓ ଅନୁଯାୟୀ, ମୁମ୍ବାଇର କୁର୍ଲା ଷ୍ଟେସନରେ ଜଣେ ମହିଳା ବୁର୍ଖା ପିନ୍ଧିଥିବା ଚଳନ୍ତା ଟ୍ରେନ୍ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଟ୍ରେନ୍ର ଗତି ବଢ଼ିବା ସହ ହଠାତ୍ ମହିଳାଙ୍କ ଗୋଡ଼ ଖସିଯାଇଥିଲା। ଯାହାଫଳରେ ସେ ଚଳନ୍ତା ଟ୍ରେନ ସହ କିଛି ବାଟ ଘୋଷାଡ଼ି ହୋଇ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଉପଯୁକ୍ତ ବୁଦ୍ଧି ପ୍ରଯୋଗ କରି ମହିଳାଙ୍କୁ ପ୍ଲାଟଫର୍ମ ଆଡ଼କୁ ଟାଣି ଆଣିଥିଲେ, ଯାହା ଫଳରେ ମହିଳା ଜଣଙ୍କ ଟ୍ରେନ୍ ତଳକୁ ଖସି ଯିବାରୁ ବଞ୍ଚିଯାଇଥିଲେ । ଭିଡ଼ିଓଟିରେ ମହିଳାଙ୍କ ସହିତ ତାଙ୍କର ପୁଅ ମଧ୍ୟ ନଜର ଆସୁଛନ୍ତି ଯାହାକୁ ସେ ଟ୍ରେନଟି ଠିଆ ହୋଇଥିବା ସମୟରେ ଚଢ଼ାଇ ଦେଇଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ସେୟାର ହେବା ସହ ଭାଇରାଲ ହେଉଥିବା ଦେଖାଯାଉଛି ।