ସରକାର ନଦୀ ପାର କରିବାକୁ ମନା କରିଥିଲେ, ବିବାହ ସମୟ ପାଖେଇ ଆସିବାରୁ ବନ ବିଭାଗଠାରୁ ଅନୁମତି ନେଇ ଡ଼ଙ୍ଗାରେ ପାର ହେଲେ କନ୍ୟା

0 275

ନୀଳଗିରି : ନୀଳଗିରିରେ ଜଣେ ମହିଳା କରିଥିବା ସାହସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ସମୟ ଗଡ଼ିଯିବ ବୋଲି ଭାବି ମହିଳା ଜଣଙ୍କ ଭରା ନଦୀକୁ କାଠଡଙ୍ଗାରେ ପାର ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

IndiaFilings

ସୂଚନା ମୁତାବକ, ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ନଦୀ ପାର ହେବା ପାଇଁ ମନା କରିଥିଲେ ତାମିଲନାଡ଼ୁ ସରକାର । ତାମିଲନାଡ଼ୁର ନୀଳଗିରିରେ ରହୁଥିବା ରାସ୍ତି ନାମକ ଜଣେ ମହିଳାଙ୍କ ବିବାହ ଅଗଷ୍ଟ ୨୦ରେ ଠିକ୍‌ କରାଯାଇଥିବା ବେଳେ ବନ୍ୟା ହେତୁ ବିବାହ ସ୍ଥାନକୁ ଯିବା ପାଇଁ ସମସ୍ତ ବାଟ ବନ୍ଦ ହୋଇ ଯାଇଥିଲା । ଏଭଳି ପରିସ୍ଥିତି ଦେଖି ମହିଳା ନିଜେ ନଦୀ ପାର ହୋଇ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏ ନେଇ ରାସ୍ତିଙ୍କ ପରିବାର ଲୋକେ ବନ ବିଭାଗରୁ ଅନୁମତି ନେଇ ନଦୀ ପାର କରି ବିବାହସ୍ଥଳରେ ପହଞ୍ଚିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.