କାହିଁକି ଗଛକୁ କୁଣ୍ଢାଇ ଧରିଛନ୍ତି ଏହି ମହିଳା, କାରଣ ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଆରେ କଲୋନୀରେ ଥିବା ୨୫୦୦ ଗଛ କଟାଯିବାକୁ ନେଇ ପୁଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି | ବିଶେଷ କରି ସ୍ଥାନୀୟ ବାସିନ୍ଦାଙ୍କୁ ପରିବେଶ କର୍ମୀ ମାନେ ସମର୍ଥନ କରୁଥିବାରୁ ଏହି ବିବାଦ ଏବେ ତୀବ୍ର ରୂପ ଧାରଣା କରିଛି | ପୁଲିସ ଗଛ କଟାକୁ ବିରୋଧ କରୁଥିବା ୨୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଥିବାବେଳେ ଆରେ କଲୋନୀକୁ ଯିବାକୁ ଥିବା ସମସ୍ତ ରାସ୍ତାକୁ ସିଲ କରିଦେଇଛି |

ବଡ କଥା ହେଉଛି ଯେ ମେଟ୍ରୋ ଡିପୋ ନିର୍ମାଣ ପାଇଁ ଏହି ଗଛଗୁଡିକୁ କଟାଯାଉଥିବାବେଳେ ଏହାକୁ ନେଇ ମୁମ୍ବାଇ ହାଇକୋର୍ଟ ରେ ଯାଚିକା ଦାୟର କରାଯାଇଥିଲା | ଯାହାକୁ କୋର୍ଟ ଖାରଜ କରିଦେଇଥିଲେ |

ଏହାପରେ ବିଏମସି ବା ବୃହତ ମୁମ୍ବାଇ ମହାନଗରପାଳିକାର ଅଧିକାରୀମାନେ ପୁଲିସ ସହଯୋଗରେ ଗଛ କାଟିବା ଆରମ୍ଭ କରିଥିଲେ | ଚିତ୍ରିତ ଫଟୋରେ ଜଣେ ପରିବେଶ କର୍ମୀ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ବର୍ତ୍ତମାନ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର