ଏହି ଗାଁର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ! ୨୦ ଟଙ୍କାର ଷ୍ଟାମ୍ପ ପେପରରେ ଦେହ ଭୋଗ ପାଇଁ ବିକ୍ରି ହୁଅନ୍ତି ମହିଳା

ଭୋପାଳ : ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯି‌ବେ । ଏହି କାହାଣୀରେ ମହିଳାମାନଙ୍କ ମନ ଭିତରର ଦୁଖଃ କଷ୍ଟ ଲୁଚି ରହିଛି । ମଧ୍ୟପ୍ରଦେଶର ଏକ ଛେ‌ାଟ ଗାଁ ରବିପୁର ବିଷୟରେ ହୁଏତ ଆପଣ ଜାଣିଥିବେ ନିଶ୍ଚୟା ଯଦି ଜାଣି ନାହାନ୍ତି, ତାହେଲେ ଆସନ୍ତୁ ଜାଣିବା ଏହି ଗାଁର ଭୟ‌ାନକ କାହାଣୀ ବିଷୟରେ । ପ୍ରକୃତରେ ଏହି ଗାଁରେ ମହିଳା ଓ ଯୁବତୀମାନଙ୍କୁ ନିଲାମ କରାଯାଏ । ଗଣମାଧ୍ୟମରେ ରିପୋର୍ଟ ଆସିଲେ ପୁଲିସ ଯୁବତୀଙ୍କୁ ବଞ୍ଚାଇବା ପାଇଁ ଗାଁରେ ପହଞ୍ଚିଯାଏ। କିନ୍ତୁ ପରିସ୍ଥିତିରେ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ମାତ୍ର ୨୦ ଟଙ୍କିଆ ଷ୍ଟାମ୍ପ ପେପରରେ କବଲା କରି ମହିଲାମାନଙ୍କୁ ବିକ୍ରି କରାଯାଏ । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ ।

ଘଟଣାଟି ଏବେକାର ନୁହେଁ, ବହୁଦିନ ପୂର୍ବରୁ ରବିପୁର ଗ୍ରାମରେ ଏହି ପ୍ରଥା ଚାଲି ଆସୁଛି । ଗାଁର ଲୋକମାନେ ଏହି ପ୍ରଥାକୁ ମଧ୍ୟ ପ୍ରଚଳିତ କରିବାରେ ସହାଯ୍ୟ କରୁଛନ୍ତି । ମାତ୍ର ୨୦ ଟଙ୍କାରେ ମହିଳାଙ୍କୁ ମନୋରଞ୍ଜନର ପଦାର୍ଥ ପରି ଲୋକେ ବ୍ୟବହାର କରିଥାନ୍ତି । ଏହି ପ୍ରଥାରେ ମହିଳାମାନେ ଷ୍ଟାମ୍ପ ପେପରରେ ଦସ୍ତଖତ୍‌ କଲା ମାତ୍ରେ ଗୋଟେ ରାତି ପାଇଁ ପର ପୁରୁଷଙ୍କ ସହ ସମ୍ବନ୍ଧ ରଖିବାକୁ ଯାଇଥାଆନ୍ତି । ଯଦି କିଏ ଅଧିକ ଟଙ୍କା ଦିଏ ତା’ହେଲେ ସେହି ବ୍ୟକ୍ତି ମହିଳାଙ୍କ ସହ ଅଧିକ ସମୟ ପର୍ଯ୍ୟନ୍ତ ସମ୍ବନ୍ଧ ରଖିଥାନ୍ତି । ଏହି କାରଣ ପାଇଁ ଏହି ଗାଁର ନା ସାରା ଦେଶରେ ବଦନାମ ହୋଇଗଲାଣି। ଏହି ଗାଁର ମହିଳମାନଙ୍କ କହିବା କଥା ହେଲା, ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ବହୁ ପ୍ରକାର ପ୍ରୟାସ କରୁଥିଲେ ମଧ୍ୟ ଏହା ଫଳପ୍ରଦ ହେଉନାହିଁ ।

ସମ୍ବନ୍ଧିତ ଖବର