ୟୁଟ୍ୟୁବ୍‌ ମୁଖ୍ୟ କାର୍ଯ୍ୟାଳୟରେ ମହିଳା ସୁଟର୍‌: ତିନି ଜଣଙ୍କୁ ଗୁଳି ମାରି ଆତ୍ମହତ୍ୟା କଲେ

କାର୍ଲିଫର୍ଣ୍ଣିଆ: ନିଜର ପ୍ରାପ୍ୟ ନ ପାଇବାରୁ ଆମେରିକାର ଜଣେ ମହିଳା ନସିମ୍‌ ଅଗଦାମ୍‌ (୩୯) କାର୍ଲିଫର୍ଣ୍ଣିଆର ସାନ୍‌ ବ୍ରୁନୋଠାରେ ଥିବା ୟୁଟ୍ୟୁବ୍‌ ମୁଖ୍ୟ କାର୍ଯ୍ୟାଳୟରେ ଭୟାନକ କାଣ୍ଡ ଘଟାଇଛନ୍ତି। ନସିମ୍‌ ପ୍ରଥମେ ସେଠାକାର ୩ଜଣ କର୍ମଚାରୀଙ୍କୁ ଗୁଳିମାଡ଼ କରିବା ପରେ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିା ଜଣାପଡ଼ିଛି। ଆହତ ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ରହିଛନ୍ତି। ଯଦିଓ ଏହି ଗୁଳିକାଣ୍ଡରେ ସେମାନେ ଆହତ ହୋଇଛନ୍ତି, ତଥାପି ସେମାନଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସବୁବେଳେ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ କରି ଟଙ୍କା ରୋଜଗାର କରୁଥିବା ଇରାନୀ ମହିଳା ନସିମ୍‌ କିଛି ମାସ ହେବ ତାଙ୍କର ପ୍ରାପ୍ୟ ପାଇନଥିଲେ। କେବଳ ଏତିକି ନୁହେଁ ବରଂ ବିଜ୍ଞାପନ ଓ ଦର୍ଶକ ଅଭାବରୁ ୟୁଟ୍ୟୁବ୍‌ ତାଙ୍କର କିଛି ଭିଡିଓକୁ କାଟି ଦେଇଥିଲେ। ଯାହାକୁ ନେଇ ରାଗରେ ଜର୍ଜରିତ ନସିମ୍‌ ୟୁଟ୍ୟୁବ୍‌ କାର୍ଯ୍ୟାଳୟରେ ଆକ୍ରମଣ କରିଥିଲେ ବୋଲି ନସିମ୍‌ଙ୍କ ପିତା ଇସ୍‌ମାଇଲ ମଗ୍‌ଦାମ୍‌ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର