ନିଶାସକ୍ତ ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରିଲେ ମହିଳା, ଭିଡ଼ିଓ ଭାଇରାଲ

ରୋହତକ୍‌ : ନିଶାସକ୍ତ ଅବସ୍ଥାରେ ମହିଳାଙ୍କୁ ଅସଦାଚରଣ ପୁଲିସ କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଛି। ପୀଡ଼ିତାଙ୍କ ଜୋତା ମାଡ଼ର ଶିକାର ହୋଇଛନ୍ତି ପୁଲିସ କର୍ମଚାରୀ । ଏହି ଘଟଣାଟି ଫେବ୍ରୁଆରି ୨ରେ ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓ ଭାଇରାଲ ହେବା ପରେ ହରିୟାଣା ପୁଲିସ ବିଭାଗକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଛି ।

ଜଣେ ପୁଲିସ କନେଷ୍ଟବଳଙ୍କୁ କିଛି ଲୋକ ଘେରି ମହିଳାଙ୍କୁ କ’ଣ ପାଇଁ ଅସଦାଚରଣ କଲ ବୋଲି ପଚାରୁଥିବାର ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ପୁଲିସ କନେଷ୍ଟବଳ ଜଣଙ୍କ ପ୍ରକୃତ ଘଟଣା ବିଷୟରେ କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ନିଶାଗ୍ରସ୍ତ ଥିବାରୁ ସେ ଏହା କହିି ପାରୁନଥିବା ଦେଖା ଯାଇଛି । କିଛି ସମୟ ପରେ ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରିବା ପାଇଁ କେହି ଜଣେ ଫୋନ କରି କହିବାରୁ ଅସଦାଚରଣର ଶୀକାର ହୋଇଥିବା ମହିଳା ଜଣଙ୍କ ତାଙ୍କୁ ଜୋତାରେ ମାଡ଼ ମାରିବା ଆରମ୍ଭ କରି ଦେଇଛନ୍ତି । ଏହା ସହ ଘେରିଥିବା ଲୋକମାନେ ଆଉ ଦିନେ ଏପରି କରିବ ନାହିଁ ଶପଥ କର ବୋଲି କହୁଥିବା ଦେଖିବାକୁ ମିଳିଛି ।

ପୁଲିସ ଦେଇଥିବା ସୂଚନା ଅନୂଯାୟୀ, ଏହି ଘଟଣାଟି ଶକ୍ରବାର ହିସାର ଜିଲ୍ଲାରେ ଥିବା ସେକ୍ଟର-୪ରେ ଘଟିଥିବା ବେଳେ ଘେରିଥିବା ଲୋକମାନଙ୍କ ମଧ୍ୟରୁ କିଏ ଜଣେ ଏହି ଭିଡ଼ିଓ ବନାଇଥିଲେ । ହିସାର ପୁଲିସର ପ୍ରବକ୍ତାଙ୍କ କହିବା ଅନୁଯାୟୀ ଭିଡ଼ିଓରେ ମାଡ଼ ଖାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୟୋଗେସ୍‌ କୁମାର ଯିଏକି ଜଣେ ହେଡ଼୍‍ କନେଷ୍ଟବଳ ଭାବେ କାମ କରନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଆମେ ଏହାର ତଦନ୍ତ ଆରମ୍ଭ କରିଥିଲୁ । ୟୋଗେସ ମଦ ପିଇ ତାଙ୍କ ସାଙ୍ଗ ସହ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଧରି ଜରିମାନା ଦେବା ପାଇଁ ଚାଲାନ କାଟିଥିଲେ । ଏହା ସହ ତାଙ୍କୁ ଆଞ୍ଚଳିକ ପୁଲିସ ଷ୍ଟେସନକୁ ପଠାଇ ଦିଆ ଯାଇଥିଲା । ଆଞ୍ଚଳିକ ପୁଲିସ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ଅଧିକ ତଦନ୍ତ ପାଇଁ ପୁଲିସ ଅଧ୍ୟିକ୍ଷକଙ୍କୁ ରିପୋର୍ଟ ପଠାଇଥିଲା ବୋଲି ପୁଲିସ ପ୍ରବକ୍ତା ଜଣଙ୍କ କହିଛନ୍ତି ।
ଅନ୍ୟ ପକ୍ଷରେ ପୁଲିସ କନେଷ୍ଟବଳ ଜଣଙ୍କ କେଉଁ ମହିଳାଙ୍କୁ ଅସଦାଚରଣ କରିଥିବା ଘଟଣାକୁ ଅସ୍ୱିକାର କରିଛନ୍ତି ପୁଲିସ ପ୍ରବକ୍ତା । ସେ ନିଶାରେ ଗାଡ଼ି ଚଳାଉଥିବା ବେଳେ ବୋଧହୁଏ କାହାକୁ ରାଗିକି କହି ଥାଇ ପାରନ୍ତି କିନ୍ତୁ ମହିଳାଙ୍କୁ ଅଦସାଚରଣ କରିଥିବା ଅଭିଯୋଗ ଆମକୁ ଆସି ନାହିଁ ।

ସମ୍ବନ୍ଧିତ ଖବର