ଲିଙ୍ଗଗତ ସମାନତା ଅଧିକାର ପାଇଁ ଲକ୍ଷାଧିକ ମହିଳା ଗଢ଼ିଲେ ୬୨୦ କିଲୋମିଟର ଦୀର୍ଘ ‘ମାନବ ଶୃଙ୍ଖଳ’

ତିରୁବନନ୍ତପୁରମ: ସମସ୍ତ ବୟସର ମହିଳାମାନଙ୍କୁ ଚେନ୍ନାଇରେ ଥିବା ଅୟପ୍ପା ଭଗବାନଙ୍କ ମନ୍ଦିର ସାବରିମାଲାରେ ପ୍ରବେଶ କରିବା ପାଇଁ ସୁପ୍ରିମ କୋର୍ଟ ପ୍ରଥମରୁ ହିଁ ଅନୁମତି ଦେଇ ସାରିଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ପରେ ବି ଏହି ସମସ୍ୟାର ସମାଧାନ ଏଯାବତ୍‌ ହୋଇପାରି ନାହିଁ। ବିକ୍ଷୋଭକାରୀମାନେ ୧୦ରୁ ୫୦ବର୍ଷ ବୟସ ମଧ୍ୟରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଛନ୍ତି।

ଏହି ପରିସ୍ଥିତିର କଡ଼ା ମୁକାବିଲା କରିବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ଲିଙ୍ଗଗତ ସମାନତା ଅଧିକାର ଓ ନବଜାଗରଣ ମୂଲ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମଙ୍ଗଳବାର ସରକାରଙ୍କ ଦ୍ୱାରା ପ୍ରଯୋଜିତ ରାଜ୍ୟରେ ୬୨୦ କିଲୋମିଟର ଦୀର୍ଘ ମହିଳାମାନେ ମାନବ ଶୃଙ୍ଖଳ (ହ୍ୟୁମନ୍‌ ଚେନ୍‌) ବନାଇଛନ୍ତି। ତେବେ ଏହି ମହିଳା ମାନବ ଶୃଙ୍ଖଳକୁ ବନାଇବା ପାଇଁ ଏକ ଲକ୍ଷରୁ ଅଧିକ ମହିଳା ଏଥିରେ ଭାଗ ନେଇଥିବା କୁହାଯାଇଛି। ତେବେ ଉତ୍ତର କେରଳର କସୋରଗୋଡରୁ ନେଇ ଦକ୍ଷିଣ ଛୋର ତିରୁବନନ୍ତପୁରମ ଜିଲ୍ଲାରୁ ମହିଳାମାନେ ଏହି ମାନବ ଶୃଙ୍ଖଳରେ ସାମିଲ ହୋଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର