ହାଇଦ୍ରାବାଦ୍: ତେଲେଙ୍ଗାନା ପୁଲିସ୍ର ଏନ୍କାଉଣ୍ଟରେ ମରିଥିବା ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣାର ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ପତ୍ନୀ ଗଣମାଧ୍ୟମରେ ସାଂଘାତିକ ବୟାାନ ଦେଇଛନ୍ତି। ସେ କହିଛନ୍ତି କି ଯେପର୍ଯ୍ୟନ୍ତ ଜେଲ୍ରେ ଥିବା ଅନ୍ୟ ଦୁଷ୍କର୍ମକାରୀଙ୍କ ହତ୍ୟା କରା ନଯାଇଛି ସେପର୍ଯ୍ୟନ୍ତ ମୁଁ ମୋ ସ୍ବାମୀଙ୍କ ଶବ ସତ୍କାର ହେବାକୁ ଦେବିନାହିଁ। ପୁଲିସ୍ ଏନ୍କାଉଣ୍ଟର୍ରେ ସ୍ବାମୀ ନିହତ ହେବା ପରେ ଏଭଳି ଭାବେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।
ଅଭିଯୁକ୍ତ ଚେନ୍ନାକେଶଭୁଲୁଙ୍କ ବିଧବା ପତ୍ନୀ ରେଣୁକା କହିଛନ୍ତି, ‘ଏହି ସମାନ ଭୁଲ୍ କରି ଏମିତି ଅନେକ ଲୋକ ଜେଲ୍ରେ ଅଛନ୍ତି। ସେମାନେ ସମସ୍ତଙ୍କୁ ଆଗ ଏନ୍କାଉଣ୍ଟର କରାଯାଉ। ତା’ପରେ ମୁଁ ମୋ ସ୍ବାମୀଙ୍କ ଶବ ନେଇ ସତ୍କାର କରିବି।’
ଗର୍ଭବତୀ ଥିବା ରେଣୁକା କହିଛନ୍ତି କି ତାଙ୍କ ସହ ଅନ୍ୟାୟ ହୋଇଛି। ସେ ତାଙ୍କ ସାଥୀରେ ଅନ୍ୟ କିଛି ଲୋକଙ୍କୁ ଧରି ନାରାୟଣପେଟ ଜିଲ୍ଳା ରାସ୍ତା ଉପରେ ପ୍ରତିବାଦ କରିଥିବା ଖବର ଆସିଛି।
ଶୁକ୍ରବାର ତାଙ୍କ ସ୍ବାମୀଙ୍କ ଏନ୍କାଉଣ୍ଟର ପରେ ରେଣୁକା କହିଥିଲେ ଯେ ‘ଯେଉଁଠାରେ ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି ସେଇଠାରେ ନେଇ ମୋତେ ହତ୍ୟା କର।’