ରାସ୍ତା ଉପରେ ଲାଗିଥିବା ବଡ଼ ପରଦାରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଅଶାଳୀନ ଦୃଶ୍ୟ

ଏକ ବୃହତ୍‌ ବିଜ୍ଞାପନ ପରଦାରେ ଦେଖିବାକୁ ମିଳିଛି ଏକ ଅଶାଳୀନ ଦୃଶ୍ୟ। ଏହି ଘଟଣାଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜ୍ଞାପନଟି ହେଉଛି ଏକ ମୋବାଇଲ୍‌ କମ୍ପାନିର। ରାସ୍ତା କଡ଼ରେ ଲାଗିଥିବା ଏକ ବଡ଼ ହୋଡିଂରେ ମୋବାଇଲ୍‌ କମ୍ପାନି ପ୍ରସ୍ତୁତ କରୁଥିବା ବିଜ୍ଞାପନ ଦୀର୍ଘ ସମୟ ପାଇଁ ଚାଲିଥାଏ। ମାତ୍ର ସେହି ସମୟରେ ଦେଖିବାକୁ ମିଳିଥିଲା ଏକ ଲଜ୍ଜାଜନକ ଦୃଶ୍ୟ। ରାସ୍ତା ମଝିରେ ପରଦାରେ ଦୃଶ୍ୟମାନ ହୋଇଥିଲା ପର୍ଣ୍ଣ ଚଳଚ୍ଚିତ୍ରର କିଛି ଅଂଶ।

ଏହି ଘଟଣାଟି ଲିୟାଙ୍ଗ୍‌ର ଜିୟାଙ୍ଗସୁ ସହରରେ ଘଟିଥିବାର ସୂଚନା ରହିଛି। ଏପରି ଦୃଶ୍ୟ ଦେଖିବା ପରେ ବାଟରେ ଯାଉଥିବା ଦେଖଣାହାରୀମାନେ କିଛି ସମୟ ପାଇଁ ଆଚମ୍ବିତ ହୋଇ ଠିଆ ହୋଇ ରହି ଯାଇଥିଲେ। ତେବେ, ଜାଣିବାକୁ ମିଳିଛି ଯେ କମ୍ପାନିର ଜଣେ କର୍ମଚାରୀଙ୍କ ଅସାବଧାନତା ହେତୁ ଏପରି ଘଟିଯାଇଛି। ରାତିରେ ମୁଖ୍ୟତଃ ହୋଡିଂ ପରଦାରେ ବିଜ୍ଞାପନ ପ୍ରଦର୍ଶିତ ନ କରାଯାଇ ବନ୍ଦ କରି ଦିଆଯାଇ ଥାଏ। ଏହି କାରଣରୁ କର୍ମଚାରୀ ଜଣକ ଟିକେ ଅସାବଧାନ ହୋଇପଡ଼ଥିଲେ।

ସେଠାରେ ଥିବା ଅନେକ ଦେଖଣାହାରୀ ସଙ୍ଗେ ସଙ୍ଗେ ତାହାର ଫଟୋ ଭିଡିଓ ନେଇ ଯାଇଥିଲେ। ଏହି ଘଟଣାଟି ଏବେ ଚାଇନାର ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏହି ଭିଡିଓ ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲି ରହିବା ପରେ ବନ୍ଦ ହୋଇଥିଲା। କମ୍ପାନି ନିଜ ବିଜ୍ଞାପନକୁ ବେଶି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରି ଜାଣି ଜାଣି ଏପରି କରିଛି ବୋଲି କେହି କେହି ଅଭିଯୋଗ ଆଣିବା ପରେ ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର