“ବିଶ୍ୱ ପାକିସ୍ତାନଠାରୁ ଗଣତନ୍ତ୍ର ସଂପର୍କରେ ଶିଖିବାର ଆବଶ୍ୟକତା ନାହିଁ” ଜାତିସଂଘରେ ପାକିସ୍ତାନକୁ ଭାରତର ଦୃଢ ଜବାବ

ଜେନିଭା : “ ପାକିସ୍ତାନ ପରି ଏକ ରାଷ୍ଟ୍ରଠାରୁ ବିଶ୍ୱ ଗଣତନ୍ତ୍ର ଓ ମାନବ ଅଧିକାର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ । ଯେଉଁ ଦେଶ ନିଜର ଜନ୍ମଠାରୁ ଆଜିପର୍ଯ୍ୟନ୍ତ ପ୍ରକୃତ ଗଣତନ୍ତ୍ରର ସ୍ୱାଦ ପାଇପାରିନାହିଁ ସେ ଦେଶ ବିଶ୍ୱକୁ ଗଣତନ୍ତ୍ରର କଥା କହୁଛି । ଜାମ୍ମୁ ଓ କାଶ୍ମୀରର ପ୍ରକୃ ସମସ୍ୟା ହେଉଛି ସୀମାପାର ଆତଙ୍କବାଦ । ଏଠାରେ ଅନୁଷ୍ଠିତ ଜାତିସଂଘ ମାନବ ଅଧିକାର ପରିଷଦର ୩୯ ତମ ଅଧିବେଶନ ଅବସରରେ ପାକିସ୍ତାନ କାଶ୍ମୀର କଥା ଉଠାଇଥିବାରୁ ତାହାର ଜବାବ ରଖି ଭାରତପକ୍ଷରୁ ଏହା କୁହାଯାଇଛି । ଯେଉଁ ଦେଶରେ ଆତଙ୍କବାଦୀମାନେ ମୁକ୍ତଭାବରେ ବୁଲୁଛନ୍ତି ସେହି ଦେଶ ଭାରତରେ ମାନବଅଧିକାରର ସୁରକ୍ଷା ବାବଦରେ ପ୍ରବଚନ ଦେଉଛି ବୋଲି କହିଛନ୍ତି ଜେନିଭାରେ ଅବସ୍ଥାପିତ ଭାରତୀୟ ଉପସଚିବ ମିନି ଦେବୀ କୁମାମ କହିଛନ୍ତି । ଗତ ଜୁନ ମାସରେ ପରିଷଦ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କାଶ୍ମୀରରେ ସୀମାର ଦୁଇ ପାଖରେ ମାନବ ଅଧିକାରର ବ୍ୟାପକ ହନନ ହେଉଥିବା କୁହାଯାଇଥିଲା । ଏହି ରିପୋର୍ଟ ଉଦ୍ଦେଶ୍ୟ ପ୍ରଣୋଦିତ ଓ ମିଥ୍ୟା ବୋଲି ଭାରତ କହିଥିଲା ।

ସମ୍ବନ୍ଧିତ ଖବର