ଆଜି ବିଶ୍ୱ ଜଳ ଦିବସ: ଦେଶର ୫୦ ଭାଗ ଅଞ୍ଚଳ ଶୁଖିଲା, ୪୦୦ କୋଟି ଲୋକ ପିଇବା ପାଣି ପାଇଁ ହନ୍ତସନ୍ତ

ଆଜି ବିଶ୍ୱ ଜଳ ଦିବସ: ଦେଶର ୫୦ ଭାଗ ଅଞ୍ଚଳ ଶୁଖିଲା, ୪୦୦ କୋଟି ଲୋକ ପିଇବା ପାଣି ପାଇଁ ହନ୍ତସନ୍ତ

ନୂଆଦିଲ୍ଲୀ: ଏହି ବର୍ଷ ହୋଲି ପର୍ବ ସହ ପାଳନ ହେଉଛି ବିଶ୍ୱ ଜଳ ଦିବସ । ଗୋଟେ ପଟେ ବିନା ପାଣିରେ ହୋଲି ପର୍ବ ପାଳନ କରିବା ଅସମ୍ଭବ ହେଉଥିବା ବେଳେ ଅନ୍ୟପଟେ ଦେଶର ୫୦ ଭାଗ ଅଞ୍ଚଳ ଶୁଖିଲା ହେବକୁ ଯାଉଛି । ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ବିଶ୍ୱର ୪୦୦ କୋଟି ଲୋକ ସ୍ୱଚ୍ଛ ପାଣି ପଇବାରୁ ବଞ୍ଚିତ ହେଉଛନ୍ତି। ଏଥି ମଧ୍ୟରୁ ୨୫ ଭାଗ ଲୋକ ଭାରତୀୟ ଅଟନ୍ତି । ଓ୍ଵାଟର ଏଡ୍‌ ରିପୋର୍ଟ ଅନୁସାରେ ଭାରତ ବିଶ୍ୱର ୨୪% ସ୍ଥଳ ଭାଗ ଜଳ ବ୍ୟବହାର କରୁଛି । ଭାରତରେ ମୋଟ ୧୧୭୦ ମିଲିମିଟର ବର୍ଷା ହୋଇଥାଏ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରୁ କେବଳ ୬% ଜଳ ସୁରକ୍ଷିତ କରାଯାଇପାରେ ।

ଭାରତକୁ ଚେତାବନୀ ଦିଆଯାଇଛି ଯଦି ସ୍ଥଳଭାଗ ଜଳକୁ ସୁରକ୍ଷିତ ନ କରାଯାଏ ତାହାଲେ ଭାରତରେ ଜଳ ସଂଙ୍କଟ ଦେଖାଦେବ । ଏବେ ବି ଭାରତରେ ୭୫ ଭାଗ ଘରେ ବିଶୁଦ୍ଧ ଜଳ ପହଞ୍ଚି ପାରିନାହିଁ । କେନ୍ଦ୍ରୀୟ ଭୁଗର୍ଭ ଜଳ ବୋର୍ଡ ଅନୁସାରେ ଭୂପୃଷ୍ଠର ୭୦ ପ୍ରତିଶତ ଜଳ ବ୍ୟବହାର ହୋଇଥାଏ । ବ୍ରାଜିଲର ରିଓ ଡି ଜେନିରୋ, ୧୯୯୨ରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଇଁ ଆଲୋଚନା ହେଇଥିଲା । ଫଳ ସ୍ୱରୂପ ପ୍ରଥମ ଥର ପାଇଁ ୧୯୯୩ ମସିହା ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଇଥିଲା ।

କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
. ଭାରତରେ ପ୍ରତିଦିନ ଯାନବାହାନ ଧୋଇବାରେ କୋଟି କୋଟି ଲିଟର ଜଳ ବ୍ୟବହାର କରାଯାଉଛି ।
. ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳିି ମହାନଗରରେ ପାଣି ପାଇପ ଲାଇନ ଖରାପ ଥିବା କାରଣରୁ ପ୍ରତିଦିନ ୧୭ ରୁ ୪୪ ଭାଗ ଜଳ ନଷ୍ଟ ହେଉଛି ।
. ଭାରତରେ ମହିଳାମାନଙ୍କୁ ପାଣି ପାଇଁ ପ୍ରତିଦିନ ୬ କିଲୋମିଟର ଯାତ୍ରା କରିବାକୁ ପଡିଥାଏ ।

ସମ୍ବନ୍ଧିତ ଖବର