୩୦ବର୍ଷର ଗବେଷଣା ପରେ ଏହି ଯୁବକଙ୍କୁ ନେଇ ପୃଥିବୀର ପ୍ରଥମ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣ କରିବାକୁ ଯାଉଥିଲେ ଡ଼ାକ୍ତର, ଏହି ଯୁବତୀଙ୍କ ପାଇଁ ହୋଇପାରିଲା ନାହିଁ ଫଳବତୀ

ନୂଆଦିଲ୍ଲୀ : ଦୁନିଆର ପ୍ରଥମ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣ ହେଉ ହେଉ ରହି ଯାଇଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ଜଣେ ଜୀବନ୍ତ ଲୋକର ମୁଣ୍ଡକୁ ଅନ୍ୟ ଏକ ଲୋକର ମୁଣ୍ଡ ସହ ଯୋଡ଼ା ଯାଇଥାନ୍ତା । ଡ଼ାକ୍ତର ଏ ନେଇ ୩୦ ବର୍ଷରୁ ଗବେଷଣା କରି ଆସୁଥିବା ବେଳେ ଶେଷରେ ସେ ନିଜ ଗବେଷଣାରେ ସଫଳ ହେବେ ବୋଲି ଭାବିଥିବା ବେଳେ ତାଙ୍କର ସବୁ ଆଶା ଭାଙ୍ଗି ଯାଇଥିଲା । ପ୍ରତିରୋପଣର କିଛି ଦିନ ପୂର୍ବରୁ ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ପାଇଁ ନିଜ ମୁଣ୍ଡ ଦେବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଏବେ ଡ଼ାକ୍ତର ଏହି ପରୀକ୍ଷା ପାଇଁ ଅନ୍ୟ ଜଣେ ଯୁବକକୁ ଖୋଜିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଇଟାଲୀର ଜଣାଶୁଣା ନ୍ୟୁରୋସର୍ଜନ ସର୍ଗିୟୋ ଏହି ଐତିହାସିକ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣକୁ ନେଇ ପରୀକ୍ଷା କରିବାର ପ୍ରସ୍ତୁତିରେ ଥିଲେ । ଯାହା ଋଷରେ ରହୁଥିବା ୩୩ବର୍ଷୀୟ ବାଲେରୀଙ୍କ ଉପରେ ହେବାରେ ଥିଲା । ବାଲେରୀ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବାରୁ ମୁଣ୍ଡରୁ ତଳକୁ ସେ ଅଚଳ ହୋଇ ଯାଇଥିଲେ । ଯାହାପରେ ସେ ସର୍ଗିୟୋଙ୍କ ପରୀକ୍ଷା ବିଷୟରେ ଜାଣି ନିଜେ ଏଥିରେ ଭାଗ ନେବା ସହ ନିଜ ମୁଣ୍ଡ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ପ୍ରତିରୋପଣ ହେବାର କିଛି ଦିନ ପୂର୍ବରୁ ବାଲେରୀ ପରୀକ୍ଷାରେ ସାମିଲ ହେବା ପାଇଁ ମନା କରିଥିଲେ ।

Khaleej Times

ଫେସ୍‌ବୁକ୍‌ରେ ସେ ଜଣେ ଯୁବତୀଙ୍କ ସହ ନିଜ ଫଟୋ ସେୟାର କରି, “ମୋତେ ଏବେ ବଞ୍ଚିବାର ନୂଆ ଲକ୍ଷ୍ୟ ମିଳି ଯାଇଛି । ମୁଁ ଏବେ ବଞ୍ଚିବାକୁ ଚାହୁଁଛି । ମୋର ଏହି ଯୁବତୀଙ୍କ ସହ ବିବାହ ହୋଇ ସାରିଛି” ବୋଲି ଲେଖି ସମସ୍ତଙ୍କୁ ଜଣାଇଥିଲେ । ସବୁ ଜାଣିବା ପରେ ସର୍ଗିୟୋ ଏବେ ନିଜ ପରୀକ୍ଷା ପାଇଁ ଅନ୍ୟ କାହାକୁ ଖୋଜିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର