୧୦ବର୍ଷ ପରେ ରୋମିଓକୁ ମିଳିଲା ଜୁଲିଏଟ୍‌ ! ଭାଲେଣ୍ଟାଇନ୍‌ ଡେ’ରେ ହେବ ଦୁହିଁଙ୍କ ପ୍ରଥମ ଡେଟ୍‌

ଓ୍ଵାଶିଂଟନ୍‌ : ଏକାକୀ ରହୁଥିବା ରୋମିଓ ନାମକ ବେଙ୍ଗକୁ ତା’ର ଜୁଲିଏଟ୍‌ ମିଳି ଯାଇଥିବା ଜଣାପଡ଼ିଛି। ୧୦ବର୍ଷ ଏକା ରହିବା ପରେ ଏବେ ରୋମିଓକୁ ନିଜ ଜୁଲିଏଟ୍‌ ମିଳି ସାରିଥିବା ସହ ଦୁହେଁ ଭାଲେଣ୍ଟାଇନ୍‌ ଡେ’ରେ ଡେଟ୍‌ରେ ଯିବେ ବୋଲି ଜଣାପଡ଼ିଛି । ରୋମିଓ ବୋଲିଭିଆରେ ଥିବା ଅଲ୍‌କେଡ୍‌ ଡ଼ି’ଅର୍‌ବିଗ୍‌ନି ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ରହୁଥିବା ବେଳେ ଏହା ଗ୍ଲୋବାଲ ଓ୍ଵାଇଲ୍‌ଡ ଲାଇଫ୍‌ କଞ୍ଜର୍ଭେସନ୍‌ ସହ ହାତ ମିଳାଇ ଏହାକୁ ସମ୍ଭବ କରି ପାରିଥିବା ଜଣାପଡ଼ିଛି ।

JOE.ie

ରୋମିଓ ଦୁର୍ଲଭ ସେହୁକେନାସ ପ୍ରଜାତିର ପାଣି ବେଙ୍ଗ । ୧୦ବର୍ଷ ହେଲାଣି ଏହି ପ୍ରଜାତିର ବେଙ୍ଗଙ୍କ ସଂଖ୍ୟା କମି ଆସୁଥିବା ସହ ରୋମିଓର କେହି ସାଥୀ ନ ଥିଲେ । ଏହି ପ୍ରଜାତିର ବେଙ୍ଗଙ୍କ ସଂଖ୍ୟା ବଢ଼ାଇବା ପାଇଁ ଅଲ୍‌କେଡ୍‌ ଡ଼ି’ଅର୍‌ବିଗ୍‌ନି ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଏବଂ ଗ୍ଲୋବାଲ ଓ୍ଵାଇଲ୍‌ଡ ଲାଇଫ୍‌ କଞ୍ଜର୍ଭେସନ ମିଳିତ ଭାବରେ ଜୁଲିଏଟ୍‌ ଖୋଜିବା ଆରମ୍ଭ କରିଥିଲେ, ଯାହା ଏବେ ସଫଳ ହୋଇଛି ।

ସମ୍ବନ୍ଧିତ ଖବର