କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବୟାନ : ପୁଲଓ୍ଵାମା ପରି ଆକ୍ରମଣ ବେଳେ ବେଳେ ହୋଇଥାଏ, ଏଥିପାଇଁ ପାକିସ୍ତାନ ଉପରେ ଆକ୍ରମଣ ଠିକ ନୁହେଁ

ନୂଆଦିଲ୍ଲୀ : ଦେଶ ଗତ କିଛି ଦଶନ୍ଧି ଧରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛନ୍ତି । କିନ୍ତୁ ଏହାକୁ ନେଇ ରାଜନେତାମାନଙ୍କ ରାଜନୀତି ଦିନକୁ ଦିନ ବଢିଚାଲିଛି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଗତ କାଲି ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବଙ୍କ ଦୁର୍ଭାଗ୍ୟଜନକ ବୟାନ ପରେ ଆଉ ଜଣେ ନେତା ଏକ ଦୁର୍ଭାଗ୍ୟଜନକ ବୟାନ ଦେଇଛନ୍ତି । ସେ ହେଉଛନ୍ତି  ଓଡ଼ିଶା ଜନ୍ମିତ କଂଗ୍ରେସ ନେତା ସାମ ପିତ୍ରୋଡା ।

ସେ ଏବେ କଂଗ୍ରେସର ଅନ୍ତର୍ଜାତୀୟ ମୁଖ୍ୟ ରହିଛନ୍ତି । ସମ୍ବାଦ ସରବରାହ ଏଜେନ୍ସି ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଏପରି ଆକ୍ରମଣ ବେଳେ ବେଳେ ହୋଇଥାଏ । ଆକ୍ରମଣ ମୁମ୍ବାଇରେ ବି ହୋଇଥିଲା । କିନ୍ତୁ ଏହାକୁ ବାହାନା କରି ଏକ ଦେଶ ଉପରେ ଆକ୍ରମଣ କରିଦେବା ଠିକ ନୁହେଁ । ଏକ ଦେଶରୁ କିଛି ଲୋକ ଆମ ଦେଶକୁ ଆସି ଏକ ଆତଙ୍କବାଦୀ ଆକ୍ରମଣ କରିବା ଅର୍ଥ ନୁହେଁ, ଉକ୍ତ ଦେଶ ହିଁ ଦାୟୀ । ମୁମ୍ବଇ ଆକ୍ରମଣ ପରେ ଆମେ ଚାହିଁଥିଲେ ବମାନ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥାନ୍ତୁ । କିନ୍ତୁ ତାହା ଉଚିତ ପନ୍ଥା ନୁହେଁ । ଅଳ୍ପ କେତେଜଣ ଆତଙ୍କବାଦୀଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରାଯିବା ଠିକ ନୁହେଁ ବୋଲି ସେ କହିଛନ୍ତି । ସେ ମଧ୍ୟ ବାଲାକୋଟ ଆକ୍ରମଣରେ କେତେ ଲୋକ ମରିଛନ୍ତି ତାହାର ପ୍ରମାଣ ଭାରତ ସରକାରଙ୍କୁ ମାଗିଛନ୍ତି ।

ସମ୍ବନ୍ଧିତ ଖବର