ପୂର୍ବ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ଦାଉଦ୍‌ ସହଯୋଗୀ ସହିତ ସମ୍ପର୍କ! ସମ୍ପତ୍ତି ଚୁକ୍ତି ପ୍ରମାଣ ମିଳିଲା, ଜବତ ହେବ ଇକ୍‌ବାଲ ମିର୍ଚିର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପୂର୍ବ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମନ କରିଛି। ମାଫିଆ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀ ଗ୍ୟାଙ୍ଗ୍‌ଷ୍ଟର୍‌ ଇକ୍‌ବାଲ୍‌ ମିର୍ଚିର ପତ୍ନୀ ସହିତ ଫ୍ରପୁଲ୍ଲଙ୍କ ସମ୍ପତ୍ତି ଚୁକ୍ତି ନେଇ ଇଡି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପ୍ରଫୁଲ୍ଲଙ୍କୁ ଆସନ୍ତ ୧୮ ତାରିଖ ଦିନ ଜେରା କରାଯିବ। ପ୍ରଫୁଲ୍ଲଙ୍କର ସିଜେ ହାଉସ୍‌ରେ ଦୁଇଟି ଫ୍ଲାଟ୍‌ ଇକ୍‌ବାଲ ନାମରେ ରହିଛି ଏବଂ ୨୦୦୭ରେ ସେ ଏହି ସମ୍ପତ୍ତିର ବିକାଶ ପାଇ ଇକ୍‌ବାଲର ପତ୍ନୀ ସହିତ ଏକ ଚୁକ୍ତି କରିଥିଲେ। ଇକ୍‌ବାଲ ସହିତ ମିଳିତ ମାଲିକାନାରେ ରହିବା ପାଇଁ ପ୍ରଫୁଲ୍ଲ ଏକ ଚୁକ୍ତିରେ ଦସ୍ତଖତ କରିଥିବାରୁ ତାଙ୍କର ସମ୍ପତ୍ତି ମଧ୍ୟ ଜବତ ହେବ ବୋଲି ଜଣାପଡ଼ିଛି। ପ୍ରଫୁଲ୍ଲ କହିଛନ୍ତି ଯେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ଇକ୍‌ବାଲ ମେନନ୍‌ ଓରଫ୍‌ ମିର୍ଚିର ୩୫ଟି ସମ୍ପତ୍ତି ଜବତ ପାଇଁ ଇଡି ଯୋଜନା କରୁଛି। ଏଥିରେ ପ୍ରଫୁଲ୍ଲଙ୍କ ସହିତ ଇକ୍‌ବାଲର ମିଳିତ ସମ୍ପତ୍ତି ମଧ୍ୟ ସାମିଲ ‌ଅଛି। ମହାରାଷ୍ଟ୍ରରେ ଏବେ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିବା ବେଳେ ବରିଷ୍ଠ ଏନ୍‌ସିପି ନେତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର