ଆଗ୍ରା-ଲକ୍ଷ୍ନୌ ରାଜପଥ ମରଣଯନ୍ତା

୧୫ ଫୁଟ୍‌ ଖାଇକୁ ଖସିଲା ଏସ୍‌ୟୁଭି

ଲକ୍ଷ୍ନୌ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌-େଓ୍ଵରେ ଆଜି ଏକ ବଡ଼ଧରଣର ବିପଦ ଟଳିଛି। ରାସ୍ତାର ଏକ ଅଂଶରେ ୧୫ ଫୁଟ୍‌ର ଖାଇ ମଧ୍ୟକୁ ଏକ ଏସ୍‌ୟୁଭି ଗଳିପଡ଼ିଛି। କିନ୍ତୁ ଗାଡ଼ି ମଧ୍ୟରେ ଥିବା ୪ ଜଣ ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଗ୍ରାଠାରୁ ପ୍ରାୟ ୧୬ କିଲୋମିଟର ଦୂର ଓ୍ଵାଜିଦପୁର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏହି ରାଜପଥ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଥିଲା। ଏଥିରେ ୧୩,୦୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା।

ସମ୍ବନ୍ଧିତ ଖବର