ଓ୍ଵାଇସି ମୋଦିଏନଆଇଏର ନୂଆ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆତଙ୍କବାଦୀ ନିରୋଧ ଅନୁଷ୍ଠାନ ଏନଆଇଏ (ଜାତୀୟ ତଦନ୍ତକାରୀ ଦଳ)ର ନୂଆ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୟୋଗେଶ ଚନ୍ଦ୍ର ମୋଦି। ୧୯୮୪ ବ୍ୟାଚ୍‌ ଆସାମ-ମେଘାଳୟ କାଡ୍ରେ ଆଇପିଏସ ଅଫିସର ମୋଦି ଗତ ସେପ୍ଟେମ୍ବର ୨୨ ତାରିଖରେ ଜଣେ ଅଧିକାରୀ ଭାବେ ସ୍ପେସାଲ୍‌ ଡ୍ୟୁଟିରେ ଏନଆଇଏରେ ଯୋଗ ଦେଇଥିଲେ। ଏନଆଇଏର ପୂର୍ବତନ ମହାନିର୍ଦ୍ଦେଶକ ଶରଦ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ମୋଦିଙ୍କୁ ନୂଆ ମହାନିର୍ଦ୍ଦେଶକ ଭାବେ ଚୟନ କରାଯାଇଥିଲା। ଶରଦ ଦାୟିତ୍ୱରେ ଥିବାବେଳେ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକ ତଥା ବୋଧଗୟା ମନ୍ଦିର ବିସ୍ଫୋରଣ, ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ପାଟନା ର‍୍ୟାଲି ସମୟର ବିସ୍ଫୋରଣ, ପଠାନକୋଟ୍‌ ବାୟୁସେନା ଘାଟି ଉପରକୁ ଆକ୍ରମଣ ଏବଂ ଜମ୍ମୁ କଶ୍ମୀର ଟେରର ଫଣ୍ଡିଂ ମାମଲାର ତଦନ୍ତରେ ସାମିଲ ଥିଲେ। ତେବେ ପଦୋନ୍ନତି ଭିତ୍ତିରେ ମୋଦି ଏନଆଇଏରେ ଯୋଗ ଦେବା ପୂର୍ବରୁ ସିବିଆଇର ଆଡିସନାଲ ଡାଇରେକ୍ଟର ଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୨୦୦୨ରୁ ୨୦୧୦ ଏବଂ ୨୦୧୫ରୁ-୨୦୧୭ ପର୍ଯ୍ୟନ୍ତ ୧୦ ବର୍ଷ ପାଇଁ ସିବିଆଇରେ କାର୍ଯ୍ୟରତ ଥିଲେ। ଏହି ୧୦ ବର୍ଷର ସମୟ ମଧ୍ୟରେ ସେ ଦୁର୍ନୀତି ନିରୋଧ ମାମଲା ବାଦ୍‌ ସ୍ୱତନ୍ତ୍ର ଅପରାଧ ଗୁଡ଼ିକର ତଦାରଖ କରୁଥିଲେ। ସେ ମଧ୍ୟ ୧୯୯୧ରୁ ୨୦୦୨ ମଧ୍ୟରେ କ୍ୟାବିନେଟ୍‌ ସଚିବାଳୟ ସହ କାର୍ଯ୍ୟ କରୁଥିଲେ। ଉତ୍କୃଷ୍ଟ ସେବାପାଇଁ ତାଙ୍କୁ ୨୦୦୧ରେ ପୁଲିସ ମେଡାଲ ଏବଂ ୨୦୦୮ରେ ରାଷ୍ଟ୍ରପତିଙ୍କ ପୁଲିସ ମେଡାଲ ମିଳିଥିଲା।

ସମ୍ବନ୍ଧିତ ଖବର