ବିଦ୍ରୋହୀ ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସେମାନଙ୍କ ସହ କ୍ରିକେଟ ଖେଳିଲେ ବିଜେପି ନେତା ୟେଦୁରାପ୍ପା

ବେଙ୍ଗଲୁରୁ: କର୍ଣ୍ଣାଟକ ବିଧାନସଭାର ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନଙ୍କୁ ଗୁରୁବାର ଦିନ ହେବାକୁ ଥିବା ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଏବେ ଖୁସିରେ ମସଗୁଲ୍‌ ହୋଇ ଉଠିଛନ୍ତି କର୍ଣ୍ଣାଟକର ବିଜେପି ନେତା ୟେଦୁରାପ୍ପା। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ବିଦ୍ରୋହୀ ବିଧାୟକମାନଙ୍କ ବିଜୟ ବୋଲି କହିବା ସହ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ- ଜେଡିଏସ୍‌ ମିଳିତ ସରକାରର ପତନ ସୁନିଶ୍ଚିତ ବୋଲି କହିଛନ୍ତି ବିଜେପି ନେତା ୟେଦୁରାପ୍ପା।

Deccan Chronicle

ଏଥିସହ କୁମାରସ୍ୱାମୀ ସରକାରର ପତନ ପରେ ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ପାଇଁ ୟେଦୁରାପ୍ପା ଦଳୀୟ ଓ ବିଦ୍ରୋହୀ ବିଧାୟକମାନଙ୍କ ସହ ଘନଘନ ବୈଠକ ଆରମ୍ଭ କରି ଦେଇଛନ୍ତି। ଏଥିସହ ଆସ୍ଥା ଭୋଟ ପୂର୍ବରୁ ବିଭିନ୍ନ ରିସୋର୍ଟରେ ନଜରବନ୍ଦୀ ହୋଇ ରହିଥିବା ଦଳୀୟ ଓ ବିଦ୍ରୋହୀ ବିଧାୟକମାନଙ୍କୁ ନିଜ ସପକ୍ଷରେ ଆଣିବା ସହ ସେମାନଙ୍କୁ ମନାଇବା ପାଇଁ ସେମାନଙ୍କ ସହ ୟେଦୁରାପ୍ପା କ୍ରିକେଟ ଖେଳିବାକୁ ସୁଦ୍ଧା ପଛଘୁଞ୍ଚା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର