ନିର୍ବାଚନ ଅନିୟମିତତାର ତଦନ୍ତ ଦାବି କଲେ ୟେଦୁରପ୍ପା

ବେଙ୍ଗାଲୁରୁ,: ନିକଟରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୮ଟି ଭିଭିପିଏଟି ମେସିନ୍‌ ବିଜୟପୁର ଜିଲ୍ଲାର ମାନାଗୁଲୀ ଗ୍ରାମର ଏକ ଚାଳ ଘରୁ ମିଳିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ପ୍ରକାଶ ରାଓ୍ଵତଙ୍କୁ ଏକ ଚିଠି ଲେଖି ୟେଦୁରପ୍ପା ଏହାର ତତ୍କାଳ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର