ସମସ୍ତ ରାଜଧାନୀରେ ପାଳନ ହେବ ଯୋଗ ଦିବସ

ଡେରାଡୁନ୍‌ରେ ଯୋଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ଚତୁର୍ଥ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ହେବ। ପ୍ରମୁଖ କାର୍ଯ୍ୟକ୍ରମ ଡେରାଡୁନ୍‌ରେ ହେବ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ହଜାର ଲୋକଙ୍କ ସହିତ ଯୋଗ କରିବେ। କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଦ୍ୱାରା ଦେଶ ବିଦେଶରେ ଯୋଗ ଦିବସ ପାଳନ କରାଯିବାକୁ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି। ଦେଶର ସବୁ ରାଜ୍ୟର ରାଜଧାନୀରେ ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଦେଶବ୍ୟାପୀ ଯୋଗ କାର୍ଯ୍ୟକ୍ରମରେ କେତେ ଲୋକ ସାମିଲ ହେଲେ ତାହାର ମ୍ୟାପିଂ ଇସ୍ରୋ ଦ୍ୱାରା କରାଯିବାର ବ୍ୟବସ୍ଥା କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗଗ୍ରାମ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ବ୍ଲକ୍‌ର ଗୋଟିଏ ଗ୍ରାମକୁ ଯୋଗଗ୍ରାମ ରୂପେ ପ୍ରତିଷ୍ଠା କରାଯିବ। ଯୋଗଗ୍ରାମର ପ୍ରତ୍ୟେକ ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଯୋଗରେ ପ୍ରଶିକ୍ଷଣ ଦିଆଯିବ।

ସମ୍ବନ୍ଧିତ ଖବର