ନୂଆଦିଲ୍ଲୀ: ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ । ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି। ତୃତୀୟ ପିଲା ହେଲେ ଲୋକଙ୍କ ଠାରୁ ମତଦାନର ଅଧିକାର ଛଡ଼ାଇ ନେବା ଉଚିତ। ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଞ୍ଚିତ କରିବା ଉଚିତ । ସରକାର ନିୟମ ନଆଣିଲେ ଜନସଂଖ୍ୟା ନିୟନ୍ତ୍ରଣର ବିକଳ୍ପ ନାହିଁ ।
/sambad/media/post_attachments/wp-content/uploads/2019/05/download-4-4.jpg)
ହରିଦ୍ୱାରରେ ରାମଦେବ କହିଛନ୍ତି, ଆଗାମୀ ୫୦ ବର୍ଷରେ ଭାରତର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହୋଇଯିବ। ଆଉ ଏଥିରୁ ଅଧିକ ହେଲେ ଲୋକେ ହଇରାଣ ହେବେ । ତେବେ ସରକାର ଚାହିଁଲେ କିମ୍ବା କିଛି କଡ଼ା ନିୟମ ଆଣିଲେ ହିଁ ଏପରି ସମ୍ଭବ ହୋଇପାରିବ । ଏହାସହ ପୁରା ଦେଶରେ ମଦ କିଣାବିକା ଓ ତିଆରି ଉପରେ ରୋକ ଲଗାଯିବା ଉଚିତ ବୋଲି କହିଛନ୍ତି ରାମଦେବ ।
ଇସଲାମିକ ଦେଶଗୁଡ଼ିକରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିଛି । ଭାରତର ସାଧୁସନ୍ଥଙ୍କ ଭୁମି । ଏଠାରେ ମଧ୍ୟ ମଦ କିଣାବିକା ନେଇ ନିୟମ କଡ଼ାକଡ଼ି ହେବା ଉଚିବ । ଗୋହତ୍ୟା ରୋକିବା ପାଇଁ କେନ୍ଦ୍ର ସରକାର ନିୟମ ଆଣିବା ଉଚିତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Baba-Ramdev.jpg)