ନୂଆଦିଲ୍ଲୀ: ଉତ୍ତେଜନାମୂଳକ ଭାଷଣ ପ୍ରସଙ୍ଗରେ ଆଜି ଗୋରଖପୁରର ପୂର୍ବତନ ସାଂସଦ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରି ଯୋଗୀଙ୍କ ଉତ୍ତେଜନାମୂଳକ ଭାଷଣ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ ଅଦାଲତ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମ୍କେଶର୍ଟ କହିବା ସହିତ ନିମ୍ନ ଅଦାଲତ ବିବେକାନୁମୋଦିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୦୭ ମସିହା ଜାନୁଆରି ମାସ ୨୭ ତାରିଖରେ ଉତ୍ତେଜନାମୂଳକ ଭାଷଣ ଦେବା ଦ୍ୱାରା ଦଙ୍ଗା ଉପୁଜିଲା ବୋଲିି ଉତ୍ତରପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ଆଦିତ୍ୟନାଥ ଯୋଗୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ୧୧ ବର୍ଷ ତଳର ଏହି ମାମଲାରେ ତତ୍କାଳୀନ ସାଂସଦ ଶ୍ରୀ ଯୋଗୀ ବ୍ୟତୀତ ତତକାଳୀନ ବିଧାୟକ ରାଧାମୋହନ ଦାସ ଅଗ୍ରଓ୍ଵାଲ ଓ ଗୋରଖପୁର ମେୟର ଅଞ୍ଜୁ ଚୌଧୁରୀ ଙ୍କ ଉପରେ ମଧ୍ୟ ଏହି ଉତ୍ତେଜନାମୂଳକ ଭାଷଣ ଯୋଗୁଁ ସାମ୍ପ୍ରଦାୟିକ ଦଙ୍ଗା ଘଟି ୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ କିଛି ଲୋକ ଆହତ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ତେବେ ଏ ସଂକ୍ରାନ୍ତୀୟ ଏକ ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଆଦିତ୍ୟତାଥ ଯୋଗୀଙ୍କ ବିରୋଧରେ ମାମଲା କାହିଁକି ଚାଲିବ ନାର୍ହିଁ ବୋଲି ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଥିଲେ।। ତେବେ ଆଜି ସୁପ୍ରିମ କୋର୍ଟରୁ ଏହି ମାମଲାରେ ଉତ୍ତରପଅଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।