ମୋଦିଙ୍କ ରାସ୍ତାରେ ଯୋଗୀ; କବୀରଙ୍କ ସମାଧିସ୍ଥଳରେ ଟୋପି ପିନ୍ଧିବାକୁ ମନାକଲେ

ମାଘର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘର ସନ୍ଥ କବୀର ନଗରସ୍ଥିତ କବୀରଙ୍କ ସମାଧିସ୍ଥଳକୁ ଯାଇଥିବା ଅବକାଶରେ ସେଠାରେ ତାଙ୍କୁ ଦିଆ ଯାଇଥିବା ଟୋପିକୁ ପରିଧାନ କରିବା ସିଧାସଳଖ ମନା କରିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ସନ୍ଥ କବି କବୀରଙ୍କ ୫୦୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ମାଘର ସନ୍ଥ କବୀର ନଗରସ୍ଥିତ କବୀରଙ୍କ ସମାଧିସ୍ଥଳରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସେଠାରେ ଚାଲିଥିବା ଆୟୋଜନର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଗତ ବୁଧବାର ଦିନ ସେଠାକୁ ଯାଇଥିଲେ।। ମୁସଲମାନଙ୍କର ସମାଧୀସ୍ଥଳକୁ ପ୍ରବେଶ କାଳରେ ମୁଣ୍ଡରେ ଟୋପି ଲଗାଇବା କିମ୍ବା ଏକ କପଡ଼ା ପକାଇବାର ପରମ୍ପରା ରହିଥିବା ଦୃଷ୍ଟିରୁ କବୀରଙ୍କ ସମାଧିସ୍ଥଳରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ ଟୋପି ପ୍ରଦାନ କରା ଯାଇଥିଲା। ତେବେ, ମୁଖ୍ୟମନ୍ତ୍ରୀ ଯୋଗୀ ମୁଣ୍ଡରେ ଟୋପି ଲଗାଇବେ ନାହିଁ ବୋଲି ମନା କରିବା ସହ ଟୋପି ଫେରାଇ ଦେଇଥିଲେ। ଏଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପ୍ରକାରର ଆଚରଣକୁ ନେଇ ଏବେ ବତର୍କ ଆରମ୍ଭ ହୋଇଯାଇଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ବିଗତ ୨୦୧୧ରେ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅହମ୍ମଦାବାଦର ଦର୍‌ଘା ବା ସମାଧିସ୍ଥଳକୁ ଯାଇଥିବା ବେଳେ ମଧ୍ୟ ମୁଣ୍ଡରେ ଟୋପି ଲଗାଇବାକୁ ମନା କରି ଦେଇଥିଲେ। ସେତେବେଳେ ଏହାକୁ ନେଇ ମଧ୍ୟ ବିତର୍କ ସୃଷ୍ଟି ହୋଇଥିଲା। ଏବେ ପରିପ୍ରେକ୍ଷୀରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାସ୍ତାରେ ଚାଲିଛନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର