ଆତଙ୍କବାଦୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଯୋଗୀ: ଗୁଇନ୍ଦା ସୂଚନା ମିଳିବା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତ୍ମଘାତୀ ହାମ୍‌ଲା କରି ତାଙ୍କୁ ହତ୍ୟା କରିବା ପାଇଁ କିଛି ଆତଙ୍କବାଦୀ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଏସଂପର୍କରେ ମଧ୍ୟପ୍ରଦେଶ ଗୁଇନ୍ଦା ବିଭାଗ କିଛି ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇବା ପରେ ଏସଂପର୍କରେ ଉଭୟ ଉତ୍ତରପ୍ରଦେଶ ରାଜ୍ୟ ଓ ଦିଲ୍ଲୀ କେନ୍ଦ୍ର ସରକାରଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ଗୁଇନ୍ଦା ବିଭାଗ ସରକାରଙ୍କୁ ଦେଇଥିବା ସତର୍କ ସୂଚନାରେ କହିଛନ୍ତି ଯେ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ମଧ୍ୟ ଟାର୍ଗେଟରେ ରଖିଛନ୍ତି।

ଦିଳ୍ଲୀ ଏବଂ ଏନ୍‌ସିଆର୍‌ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି ଏହି ଆତଙ୍କବାଦୀ ଗୋଷ୍ଠୀ। ଧାର୍ମିକ ସ୍ଥଳୀକୁ ଗସ୍ତ କରୁଥିବା କାଳରେ କିଛି ଅଳ୍ପ ବୟସର ଯୁବକ ମାନଙ୍କ ହାତରେ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ଆତଙ୍କବାଦୀ ଗୋଷ୍ଠୀ ନିଜର ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶ ଗୁଇନ୍ଦା ବିଭାଗ ଜାରି କରିଥିବା ସତର୍କ ସୂଚନାରେ କହିଛନ୍ତି। ଏହା ସହ ସ୍ୱାଧୀନତା ଦିବସ ପାଳନ ଅବସରରେ ଉତ୍ତରପ୍ରଦେଶରେ ବ୍ୟାପକ ହିଂସା ଓ ଆତ୍ମଘାତୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ମଧ୍ୟ ଏହି ଆତଙ୍କବାଦୀ ଗୋଷ୍ଠୀ ରହିଥିବା ଜାରି ସତର୍କ ସୂଚନାରେ କୁହାଯାଇଛି।

ମଧ୍ୟପ୍ରଦେଶ ଗୁଇନ୍ଦା ବିଭାଗ ସୂତ୍ରରୁ ଏହି ସତର୍କ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷା ବଳୟକୁ ବଢ଼ାଇ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆ ଯାଇଛି। ଉତ୍ତରପ୍ରଦେଶ ସ୍ଥିତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟ ଓ ବାସଗୃହ ସମ୍ମୁଖରେ ସ୍ୱତନ୍ତ୍ର ମେଟାଲ ଡିକ୍ଟେଟର ଲଗାଯିବା ସହ ବିନା ଯାଞ୍ଚରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟକୁ କାହାରିକୁ ହେଲେ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର