ସ୍ତ୍ରୀ ଥାଇ ପ୍ରେମିକା ରଖି ପାରିବେନି ଉତ୍ତରପ୍ରଦେଶ ପୁଲିସ କର୍ମଚାରୀ; ମାନୁଆଲରେ  ସଂଶୋଧନ ଆଣିଲେ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର କ୍ୟାବିନେଟ ବୈଠକରେ ପୁଲିସ ମାନୁଆଲରେ ପରିବର୍ତ୍ତନ ଅଣାଯାଇଛି।  ସଂଶୋଧନ ପରେ ଏବେ ଉତ୍ତରପ୍ରଦେଶର ପୁଲିସ କର୍ମୀ ଦୁଇଟି ବିବାହ କରି ପାରିବେ ନାହିଁ । ଏହା ସହ ବିବାହ କରିବା ପରେ ଉତ୍ତରପ୍ରଦେଶ ପୁଲିସ ପ୍ରେମିକା ବା କାହା ସହ ଲିଭ୍‌-ଇନ୍‌ରେ ମଧ୍ୟ ରହି ପାରିବେ ବୋଲି ନିୟମ ତିଆରି କରାଯାଇଛି । ବୁଧବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ କରାଯାଇଥିଲା । ବୈଠକ ପରେ ଏହି ସୂଚନା ସରକାରଙ୍କ ପ୍ରବକ୍ତା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ ସାମ୍ବାଦିକମାନଙ୍କୁ ଦେଇଥିଲେ।

Amuserr

ନୂଆ ନିିୟମ ଅନୁସାରେ ଏବେ କ୍ଲର୍କ, ଅକାଉଣ୍ଟାଣ୍ଟ୍‌,କନ୍‌ଫିଡ଼େନ୍‌ସିଆଲ ଆସିଷ୍ଟାଣ୍ଟ ଦ୍ୱିତୀୟ ବିବାହ ବା ପ୍ରେମିକା ସହ ଲିଭ୍‌ ଇନ୍‌ରେ ରହି ପାରିବେ ନାହିଁ ବୋଲି ସିଦ୍ଧାର୍ଥନାଥ ସିଂ କହିଥିଲେ । ଏହା ସହ ଇନ୍‌ସ୍ପେକ୍ଟର,ସବ୍‌ଇନ୍‌ସ୍ପେକ୍ଟର ଏବଂ କନେଷ୍ଟବଳଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । କିନ୍ତୁ  ଏଥିପାଇଁ ଦୁଇଟି ସର୍ତ୍ତ ମଧ୍ୟ ରଖା ଯାଇଛି । ଯଦି ପର୍ସନାଲ ଲ’ଅନୁଯାୟୀ ଦ୍ୱିତୀୟ ବିବାହ କରିବା ପାଇଁ ଅନୁମତି ଦିଆ ଯାଇଥିବ ତେବେ ଯାଇ ପୁଲିସକର୍ମୀ ଏ ନିୟମକୁ ଉଲ୍ଲଂଘନ କରିପାରିବେ । କିନ୍ତୁ ଯଦି ପର୍ସନାଲ ଲ’ରେ ଦ୍ୱିତୀୟ ବିବାହକୁ ମନା କରାଯାଇଥିବ,ତେବେ ପୁଲିସ କର୍ମୀମାନଙ୍କୁ ବୈଠକରେ ସଂଶୋଧକ କରାଯାଇଥିବା ନିୟମକୁ ମାନିବାକୁ ପଡ଼ିବ । ସୂଚନା ମୁତବକ, ହୋଇଥିବା କ୍ୟାବିନେଟ ବୈଠକରେ ପ୍ରାୟ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି ।

ସମ୍ବନ୍ଧିତ ଖବର