ଟୋପି ପିନ୍ଧିଲେନି ଯୋଗୀ

ନୂଆଦିଲ୍ଲୀ: ସନ୍ଥ କବୀରଙ୍କର ୫୦୦ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କବୀରଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଗତକାଲି ମୋଦିଙ୍କ ଗସ୍ତ ନେଇ କିଭଳି ପ୍ରସ୍ତୁତି ଓ ଆୟୋଜନ କରାଯାଇଛି ତାହାର ତଦାରଖ ନିମନ୍ତେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘର ସ୍ଥିତ କବୀରଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ। ଯୋଗୀଙ୍କ ଗସ୍ତ ସମୟରେ ଖାଦିମ ହୁସେନ୍‌ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ ଟୋପି ପିନ୍ଧିବାକୁ ଦେଇଥିଲେ କିନ୍ତୁ ଯୋଗୀ ଅତି ନମ୍ରତାର ସହ ଏହାକୁ ମନା କରିଦେଇଥିଲେ। ବିରୋଧୀ ଦଳ ନେତାମାନେ ଯୋଗୀଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର