୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ଆପଣଙ୍କ ନୂଆ ଗାଡ଼ିରେ ଲଗାଇପାରିବେ ପୁରୁଣା ନମ୍ବର

ନୂଆଦିଲ୍ଳୀ: ପରିବହନ ବିଭାଗ ଏବେ ଏକ ନୂତନ ପସ୍ତାବ ବାହାର କରିଛି। ଯେଉଁମାନେ ତାଙ୍କର ପୁରୁଣା ପଞ୍ଜିକରଣ ନମ୍ବରକୁ ନୂଆ କାର୍‌ରେ ବ୍ୟବହାର କରିବାକୁ ଇଚ୍ଛା ରଖିଥିବେ ସେମାନଙ୍କ ପାଇଁ ଏହି ପ୍ରସ୍ତାବଟି ଖୁବ୍‌ କାର୍ଯ୍ୟକାରୀ।

ଏବେ ଯେକେହି ବି ଅନ୍‌ଲାଇନ୍‌ ଜରିଆରେ ଅର୍ଥ ପୈଠ କରି ଖୁବ୍‌ ସହଜରେ ନିଜର ନୂଆ କାର୍‌ ପାଇଁ ପୁରୁଣା ନମ୍ବର ପାଇପାରିବେ। କେବଳ କାର୍‌ ନୁହେଁ, ବାଇକ୍‌ ପାଇଁ ବି ଏହି ସୁବିଧା ଉପଲବ୍ଧ।

ଜାଣିବାକୁ ମିଳିଛି ଯେ ପୁରୁଣା ପଞ୍ଜିକୃତ ନମ୍ବରକୁ ଆଉ ଥରେ ପାଇବାର ଇଚ୍ଛା ରଖିଥିବା କାର୍‌ ଚାଳକଙ୍କୁ ୫ ହଜାର ଟଙ୍କା ଅର୍ଥ ଦେବାକୁ ପଡିବା ବେଳେ ବାଇକ୍‌ ଚାଳକଙ୍କୁ ଦେବାକୁ ହେବ ମାତ୍ର ୫ ଶହ ଟଙ୍କା। ଏହି ପ୍ରସ୍ତାବ ଏଯାବତ୍‌ କାର୍ଯ୍ୟକାରୀ ହୋଇ ନାହିଁ। କେନ୍ଦ୍ର ମନ୍ତ୍ରାଳୟରୁ ଅନୁମତି ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ।

ପରିବହନ ବିଭାଗର ରିପୋର୍ଟ ମୁତାବକ, ସଚେତନତାର ହେଳା ହେତୁ ସେମାନେ ଦିନକୁ ଏ ନେଇ ମାତ୍ର ୫ରୁ ୭ଟି ଆବେଦନ ପତ୍ର ପାଉଛନ୍ତି। ଯୋଜନା କାର୍ଯ୍ୟକାରୀ ହେବା ପରେ ଆହୁରି ଗୁଡ଼ାଏ ଆବେଦନ ହେବ ବୋଲି ବିଭାଗ ପକ୍ଷରୁ ଆଶା ରଖାଯାଇଛି।

ଅନ୍‌ଲାଇନ୍‌ରେ ପରିବହନ ବିଭାଗରେ ଅର୍ଥ ପୈଠ କରିବା ପରେ ଆପଣଙ୍କ ନମ୍ବର ପଞ୍ଜିକୃତ ହୋଇଯବ। ତା’ପରେ ସେହି ନମ୍ବରକୁ ଆପଣଙ୍କୁ ପ୍ରଦାନ କରାଯିବ ଏବଂ ଆପଣଙ୍କୁ ପୁରୁଣା ଗାଡ଼ି ପାଇଁ ଆଉ ଏକ ନମ୍ବର ଜାରି କରାଯିବ।

ସମ୍ବନ୍ଧିତ ଖବର