ଟ୍ରେନର ଏସି ଡବାରେ ଦିଆଯାଉଥିବା କମ୍ବଳ କେତେ ଦିନରେ ଥରେ ସଫାହୁଏ ଜାଣନ୍ତି କି? ଜାଣିଲେ ହୋସ୍‌ ଉଡ଼ିଯିବ

ଆପଣମାନେ ନିହାତି ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଏକଥା ଜାଣନ୍ତି କି? ଶୀତତାପ ନିୟନ୍ତ୍ରିତ ଡବାରେ ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳ କେତେଦିନରେ ଥରେ ସଫା ହୋଇଥାଏ। ଯଦିଓ କମ୍ବଳ ସଫା ଦିଶୁଥାଏ, କିନ୍ତୁ କେତେ ଦିନରେ ଥରେ ତାହା ସଫା ହୁଏ ତାହା ଜାଣିଲେ ଆପଣଙ୍କର ହୋସ୍‌ ଉଡ଼ିଯିବ। ଆସନ୍ତୁ ଜାଣିବା କେତେ ଦିନରେ ଥରେ ସଫା ହୁଏ ଶୀତତାପ ନିୟନ୍ତ୍ରିତ ଡବାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ।

ଟ୍ରେନ ଭିତରର ପରିବେଶ କିପରି ଥାଏ ତାହା ମଧ୍ୟ ଆପଣମାନେ ଭଲ ଭାବରେ ଜାଣିଥିବେ । ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବାରେ କ’ଣ ସବୁ ଅସୁବିଧା ହୁଏ ଆପଣମାନେ ତାହା ନିହାତି ଭାବରେ ଅନୁଭବ କରିଥିବେ । ତେବେ ଏତେ ସବୁ ଅସୁବିଧା ଏବଂ ଯାତ୍ରୀମାନଙ୍କର ବାରମ୍ବାର ଅଭିଯୋଗ ପରେ ଏବେ ରେଳ ମନ୍ତ୍ରାଳୟ ରେଳ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଜଣାପଡ଼ିଛି । ଆଗରୁ ଟ୍ରେନରେ ବ୍ୟବହାର କରାଯାଉଥିବା କମ୍ବଳକୁ ଦୁଇ ମାସକୁ ଥରେ ସଫା କରାଯାଉଥିଲା । ଯାହା ଫଳରେ ସେଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ଯାତ୍ରୀମାନଙ୍କୁ ସେଗୁଡ଼ିକ ବ୍ୟବହାର କରିବାରେ ଅସୁବିଧା ହେଉଥିଲା । ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ୨ମାସରେ ଥରେ ନୁହେଁ ବରଂ ପ୍ରତିଦିନ କମ୍ବଳ ସଫା କରିବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି ।

India Today

ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଏବେ ବ୍ୟବହାର କରାଯାଉଥିବା କମ୍ବଳଗୁଡ଼ିକ ଅଧିକ ଭାରି ହୋଇଥିବା ବେଳେ ନୂଆ ନିୟମ ଅନୁଯାୟୀ ବ୍ୟବହାର କରାଯିବାକୁ ଥିବା କମ୍ବଳ ଗୁଡ଼ିକ ହାଲୁକା ରହିବ । ସବୁଦିନ ସଫା କରିବାକୁ ସହଜ କରିବା ପାଇଁ ଉଲ୍‌ ଏବଂ କଟନ୍‌କୁ ମିଶାଯାଇ କମ୍ବଳ ତିଆରି କରାଯିବା । ଏହି କମ୍ବଳକୁ ତିଆରି କରିବା ପାଇଁ ରେଳ ମନ୍ତ୍ରାଳୟ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ ଟେକ୍‌ନୋଲୋଜିକୁ ଅନୁମତି ଦେଇଥିବା ଜଣାପଡ଼ିଛି । ପ୍ରଥମେ ଏହି ବ୍ୟବସ୍ଥା କିଛି ଟ୍ରେନରେ ଉପଲବ୍ଧ କରାଯିବାକୁ ଥିବା ବେଳେ ପରେ ଏହାକୁ ସବୁ ଟ୍ରେନରେ ଉପଲବ୍ଧ କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର