ଜମ୍ମୁରେ ୟୁପିଏସ୍‌ସି ଆଶାୟୀମାନଙ୍କୁ ମାଗଣାରେ କୋଚିଙ୍ଗ୍‌ ଦେଉଛନ୍ତି ଯୁବ ଆଇପିଏସ୍‌ ଅଧିକାରୀ

ଜମ୍ମୁ: ଆଇନ୍‌ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଛଡ଼ା ଦକ୍ଷିଣ ଜମ୍ମୁର ଏହି ୩୨ ବର୍ଷିୟ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବେକାରୀ ଏବଂ ବିଶୃଙ୍ଖଳା ପ୍ରପୀଡ଼ିତ ଅଞ୍ଚଳରେ ଅନେକ ଯୁବକଙ୍କର ଆଶାର ଆଲୋକ ପାଲଟିଛନ୍ତି।

ୟୁପିଏସ୍‌ସି, ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ସ୍‌ପେକ୍ଟର୍‌, ବ୍ୟାଙ୍କିଙ୍ଗ୍‌ ଆଣ୍ଡ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ୧୫୦ ଜଣ ଯୁବକଙ୍କୁ ସନ୍ଦୀପ ଚୌଧୁରୀ ସହାୟତା କରୁଛନ୍ତି। ଯୁବକମାନଙ୍କୁ ମାଗଣାରେ ଏକ ଦୃଢ଼ କ୍ୟାରିୟର୍‌ ଯୋଗାଇ ଦେବା ଚୌଧୁରୀଙ୍କ ଉଦ୍ଦେଶ୍ୟ।
ମାତ୍ର ୧୦ ଜଣ ଛାତ୍ରଙ୍କୁ ନେଇ ମେ ୩୦ ତାରିଖ ଦିନ ଚୌଧୁରୀ ଆରମ୍ଭ କରିଥିବା କୋଚିଙ୍ଗ୍‌ ଗୋଟିଏ ସପ୍ତାହ ମଧ୍ୟରେ ଛାତ୍ର ସଂଖ୍ୟା ୧୫୦ ହେବାକୁ ଯାଉଛି।

୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଚୌଧୁରୀ କହନ୍ତି: ଶିକ୍ଷା ପାଇଁ ମୁଁ ପଇସାଟିଏ ଖର୍ଚ୍ଚ କରି ନାହିଁ। ମୁଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଦ୍ୟାଳୟରେ ମୋ ବନ୍ଧୁ ଏବଂ ବରିଷ୍ଠ ଛାତ୍ରଙ୍କ ତତ୍ତ୍ୱାବଧାନରେ ପଢ଼ିଲି। ଏବେ, ମୁଁ ସାମାଜ ପାଇଁ ତାହା କରି ଋଣ ପ୍ରରିଶୋଧ କରୁଛି।

ସମ୍ବନ୍ଧିତ ଖବର