ଖ୍ରୀଷ୍ଟିଆନ ମିସେଲଙ୍କ ପକ୍ଷରୁ ମାମଲା ଲଢୁଥିବା ଆଲଜୋ ଜୋଶେଫ ଯୁବ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ : ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ମାମଲାରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲକୁ ଭାରତ ଅଣାଯିବା ପରେ କଂଗ୍ରେସ ହଡବଡେଇ ହେବାଭଳି ଲାଗୁଛି । ଆଜି ମିସେଲକୁ ସିବିଆଇ କୋର୍ଟରେ ହାଜିର କରିବା ବେଳେ ଯୁବ କଂଗ୍ରେସର ଆଇନ ସେଲର ମୁଖ୍ୟ ଆଲଜୋ ଜୋଶେଫ ମିସେଲଙ୍କ ପକ୍ଷରୁ ଓକିଲ ଭାବେ ଯୋଗ ଦେଇଥିଲେ । କିନ୍ତୁ ଏହାକୁ ନେଇ ସାରା ଦେଶରେ ବିବାଦ ଉଠିଥିଲା । ଏହା ଫଳରେ କଂଗ୍ରେସ ବ୍ୟାକ ଫୁଟରେ ଆସିଯାଇଥିଲା । ଏହାକୁ ସୁଧାରିବାକୁ ଯାଇ ଯୁବ କଂଗ୍ରେସ ପକ୍ଷରୁ ଯୋଶେଫଙ୍କୁ ଦଳରୁ ବହିଷ୍ଖାର କରାଯାଇଛି । ସେ ବ୍ୟକ୍ତିଗତଭାବେ ମିଶେଲଙ୍କ ପାଇଁ ହାଜିର ହୋଇଥିଲେ ବୋଲି ଯୁବକଂଗ୍ରେସ କହିଛି ।

ସମ୍ବନ୍ଧିତ ଖବର