ୟୁପିରେ ଇୟରଫୋନ୍‌ ନେଲା ଜୀବନ: ଟ୍ରେନରେ କଟିଗଲେ ୬ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣାକ୍ରମରେ ଏକାବେଳେ ୬ଟି ଜୀବନ ଯାଇଛି। କାନରେ ଇୟରଫୋନ୍‌ ଦେଇ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ରେଳ ଚକାତଳେ ୬ ଜୀବନ ଦୀପ ଲିଭିଛି।। ଉତ୍ତରପ୍ରଦେଶର ହପୁର ଜିଲ୍ଲାର ପିଲାକୁହା ସହରରେ ଉକ୍ତ ଦୁର୍ଘଟଣାଟି ଘଟିଛି। ସୂଚନାନୁଯାୟୀ ଗତକାଲି ରାତିରେ ୭ଜଣ ବନ୍ଧୁ ସ୍ଥାନୀୟ ସାଦିକପୁରାରେ ଦିଲ୍ଲୀ-ଲକ୍ଷ୍ନୌ ରେଳଧାରଣା ଅତିକ୍ରମ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। କାନରେ ଇୟୟଫୋନ୍‌ ଦେଇଥିବା ହେତୁ ସେମାନେ ଟ୍ରେନ୍‌ର ହର୍ନକୁ ଶୁଣିପାରିନଥିଲେ। ଫଳରେ ଟ୍ରେନ୍‌ ପିଟିଦେବାଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ବଞ୍ଚିରହିଥିବା ଅନ୍ୟଜଣଙ୍କ ଅବସ୍ଥା ଏବେ ଅତୀବ ସଙ୍କଟାପନ୍ନ ରହିଛି। ସେମାନେ ହାଇଦ୍ରାବାଦ୍‌ରେ ଏକ ଭୋଜିରେ ରୋଷେୟା ଭାବେ କାମ କରିବାପାଇଁ ରବିବାର ସକାଳେ ଘର ଛାଡ଼ିଥିଲେ। ତେବେ ସେମାନଙ୍କ ଟ୍ରେନ୍‌ ବିଳମ୍ବ ହୋଇଯିବାରୁ ସେମାନେ ଗାଜିଆବାଦ୍‌ରୁ ନିଜ ଘରକୁ ଫେରୁଥିଲେ। କମ୍‌ ସମୟରେ ନିଜ ଘରେ ପହଞ୍ଚିବାପାଇଁ ସେମାନେ ଏକ ସର୍ଟକଟ୍‌ ରାସ୍ତାରେ ଯିବା ଉଦ୍ଦେଶ୍ୟରେ ଉକ୍ତ ରେଳ ଲାଇନ୍‌ ଅତିକ୍ରମ କରୁଥିବାବେଳେ ରେଳ ଦୁର୍ଘଟଣାରେ ସେମାନଙ୍କ ପ୍ରାଣହାନୀ ହୋଇଛି।

ସମ୍ବନ୍ଧିତ ଖବର