ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଯୋଜନାରେ କାହିଁକି ଓଡ଼ିଶା ସମେତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ନାହାନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ପ୍ରାୟ ୫୦ କୋଟି ଭାରତୀୟ ଉପକୃତ ହେବେ। ଝାରଖଣ୍ଡର ରାଜଧାନୀ ରାଞ୍ଚିଠାରୁ ହିଁ ପ୍ରଥମେ ଏହି ଯୋଜନା ଆରମ୍ଭ କରାଯିବା ସ୍ଥିରୀକୃତ ହୋଇଛି। ତେବେ ଏହି ଯୋଜନାରେ ୫ଟି ରାଜ୍ୟ ସାମିଲ ହୋଇ ନାହିଁ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ, କେରଳ ଏବଂ ପଞ୍ଜାବ ଆଦି ରହିଛି। ଯେଉଁମାନେ କି ଏବେ ସୁଦ୍ଧା କେନ୍ଦ୍ର ସହ ସ୍ୱାକ୍ଷର କରିନାହାନ୍ତି।

‘ଆୟୁଷ୍ମାନ ଭାରତ’ ଯୋଜନାରେ ସାମିଲ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଛନ୍ତି, ଏହି ଯୋଜନାକୁ ସମସ୍ତେ ବୁଝିଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ଏହାକୁ ନବୁଝି ଓଡ଼ିଶାର ଲୋକଙ୍କୁ ‘ଆୟୁଷ୍ମାନ ଭାରତ’ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ କରି ରଖିଛନ୍ତି।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ପୂର୍ବରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲିଛି। ଏଥିରେ ‘ଆୟୁଷ୍ମାନ ଭାରତ’ରୁ ଅଧିକ ଲୋକ ଯୋଡ଼ି ହୋଇ ରହିଛନ୍ତି। ଯେଉଁଠାରେ ପୂର୍ବରୁ ହିଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଚାଲିଛି ସେସବୁ ଦିଗରେ ମୋଦିଙ୍କୁ ଧ୍ୟାନ ଦେବା ଆଦୌ ଆବଶ୍ୟକ ନାହିଁ ସେ ତେଲ ଦର ବୃଦ୍ଧି ଉପରେ ଧ୍ୟାନ ଦେବା ଉଚିତ।’

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ତାଙ୍କ ରାଜ୍ୟରେ ଚାଲୁଥିବା ଆରୋଗ୍ୟଶ୍ରୀ ପ୍ରଦେଶରେ ଅନେକ ଲୋକ ଯୋଡ଼ି ହୋଇଛନ୍ତି। ‘ଆୟୁଷ୍ମାନ ଭାରତ’ କେବଳ ୮୦ଲକ୍ଷ ଲୋକଙ୍କୁ ଲାଭ ପହଞ୍ଚାଇବ। ତେଣୁ ଏହାଠାରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ହୋଇଥିଲେ ଆମେ ଏଦିଗରେ କିଛି ଚିନ୍ତା କରି ଥାଆନ୍ତୁ। ସେହିପରି କେରଳ, ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବି ସମାନ ଯୁକ୍ତି ବାଢ଼ିଛନ୍ତି।

ଏହାକୁ ‘ପ୍ରଧାନମନ୍ତ୍ରୀ ଜନ ଆୟୋଗ ଅଭିଯାନ’ ବୋଲି ମଧ୍ୟ କୁହାଯାଉଛି। ଏହାର ଲକ୍ଷ ହେଉଛି ପଛୁଆ ବର୍ଗର ପରିବାରଙ୍କୁ ସ୍ୱସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଏହି ଯୋଜନାଟି ୨୩ ତାରିଖରେ ଶୁଭାରମ୍ବ ହୋଇଥିଲେ ବି ୨୫ ତାରିଖ ଅର୍ଥାତ ଆସନ୍ତା ମଙ୍ଗଳବାର ଦିନ ଏହା କାର୍ଯ୍ୟକାରୀ ହେବ । ୫୦କୋଟି ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ। ପ୍ରାୟ ୧୦ କୋଟି ପରିବାର ଏହି ଯୋଜନାରେ ଲାଭପ୍ରଦ ହେବେ।

ସମ୍ବନ୍ଧିତ ଖବର