କ୍ଷମତା ଅକ୍ତିଆର କଥା ଅସ୍ୱୀକାର କଲା ଜିମ୍ବାେଓ୍ଵ ସେନା

ହରାରେ: ବୁଧବାର ଦିନ ରାଷ୍ଟ୍ରାୟାତ ଦୂରଦର୍ଶନରେ ଜିମ୍ବାଓ୍ଵୀୟ ସେନା ଅଧିକାରୀମାନେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ସେମାନେ ଶାସନ କ୍ଷମତା ଅକ୍ତିଆର କରିବା ଆରମ୍ଭ କରି ନାହାନ୍ତି, କିନ୍ତୁ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ଚର୍ତୁପାଶ୍ୱରେ ଥିବା ଅପରାଧୀମାନଙ୍କୁ ଆକ୍ରମଣ କରୁଛନ୍ତି।
ଏକ ବିବୃତି ପାଠ କରି ଜଣେ ଜେନେରାଲ୍‌ କହିଛନ୍ତି: ଏହା ସରକାରଙ୍କ ଉପରେ ସାମରିକ ଅକ୍ତିଆର ନୁହେଁ।

ଆମେ ଦେଶବାସୀଙ୍କୁ ଭରସା ଦେଇ କହୁଛୁ ଯେ ମହାମହିମ ରାଷ୍ଟ୍ରପତି… ଏବଂ ତାଙ୍କ ପରିବାର ନିରାପଦ ଏବଂ ସୁସ୍ଥ ଅଛନ୍ତି ଓ ତାଙ୍କ ପରିବାରର ସୁରକ୍ଷାର ଗ୍ୟାରେଣ୍ଟି ଦେଉଛୁ।

ଆମେ କେବଳ ଅପରାଧ କରୁଥିବା ତାଙ୍କ ଚର୍ତୁପାଶ୍ୱସ୍ଥ ଅପରାଧୀମାନଙ୍କୁ ଆକ୍ରମଣ କରୁଛୁ… ଯେତେ ଶୀଘ୍ର ଆମେ ଆମ ଅଭିଯାନ ସାରିବା ମାତ୍ରେ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଚାଲି ଆସିବ ବୋଲି ଆଶା କରୁଛୁ।

୧୯୮୦ ମସିହାରେ ବ୍ରିଟେନ୍‌ ଠାରୁ ସ୍ୱାଧୀନତା ପାଇବା ପରେ ଶାସନ କ୍ଷମତାରେ ଥିବା ୯୩ ବର୍ଷିୟ ରାଷ୍ଟ୍ରପତି ମୁଗାବେ ଏବଂ ସେନାବାହିନୀ ମଧ୍ୟରେ କିଛି ଦିନ ହେବ ବିବାଦ ତୀବ୍ର ରୂପ ନେଇଛି।

ସମ୍ବନ୍ଧିତ ଖବର