ଔରଙ୍ଗାବାଦ: ଶୁକ୍ରବାର ଦିନ ‘ଜୋମାଟୋ’ରେ ପନୀର ବ୍ୟଞ୍ଜନ ମଗାଇଥିବା ଔରଙ୍ଗାବାଦର ଏକ ପରିବାର ସେଥିରେ ପ୍ଲାଷ୍ଟିକ୍ ତନ୍ତୁ ମିଶିଥିବା ଦେଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଚିନ ଜାମଦାରେ ନାମକ ସେ ବ୍ୟକ୍ତିଜଣକ କହନ୍ତି: ମୁଁ ଚିଲି ପନୀର, ପନୀର ମସଲା ଆଦି ପିଲାଙ୍କ ପାଇଁ ମଗାଇ ଥିଲି। ଆମେ ଖାଇଲା ବେଳେ ଝିଅ କହିଲା ପନୀର ଭାରି ଟାଣ ହୋଇଥିବାରୁ ଦାନ୍ତ କାଟୁଛି। ମୁଁ ଟିକେ ଚାଖିବାରୁ ତନ୍ତୁ ଦେଖିଲି।
ପିଲାଙ୍କ ସ୍ୱାସ୍ଥ୍ୟ କଥାରେ ଚିନ୍ତିତ ହୋଇ ମୁଁ ରେସ୍ତୋରାଁ ମାଲିକଙ୍କ ସହ କଥାବାର୍ତ୍ତା ହେବାକୁ ଗଲି। ସେମାନେ ମୋ ଅଭିଯୋଗ ନ ଶୁଣି କହିଲେ, ଜୋମାଟୋ ଲୋକେ କିଛି କରି ଥାଇ ପାରନ୍ତ। ମୁଁ ସିଧା ଥାନାକୁ ଯାଇ ଅଭିଯୋଗ ଦାଏର କଲି। ମାତ୍ର ୧୫୦ ଟଙ୍କା ଲାଗି କେମିତି ଏମାନେ ଆମ ସ୍ୱାସ୍ଥ୍ୟ ସହ ଖେଳି ପାରନ୍ତି ସେ ସଂକ୍ରାନ୍ତରେ ମୁଁ ସଚେତନତା ସୃଷ୍ଟି କରିବାକୁ ଚହୁଁଥିଲି।
ଏ ସଂକ୍ରାନ୍ତରେ ଜୋମାଟୋ ବିବୃତିରେ ଜୋମାଟୋ କ୍ଷମା ମାଗି କହିଛି ଆମେ ସେ ରେସ୍ତୋରାଁକୁ ଆମ ତାଲିକାରୁ ବାଦ ଦେଇଛୁ। ବରାଦଦାତାଙ୍କୁ ମଧ୍ୟ ସମୁଦାୟ ଅର୍ଥ ଫେରସ୍ତ ଦେଇଛୁ। ଏହାର ଏକ୍ସଟର୍ନାଲ୍ ଏଫ୍ଡିଏ ତଦନ୍ତକୁ ଫଳାଫଳକୁ ବି ଅପେକ୍ଷା କରିଛୁ।
ଅଭିଯୋଗ ଗ୍ରହଣ କରି ପରୀକ୍ଷା ଲାଗି ସେ ଖାଦ୍ୟ ପଠାଇଥିବା କଥା ପୁଲିସ କହିଛି।