କିଏ ହେବେ ପ୍ରଧାନମନ୍ତ୍ରୀ ? କହନ୍ତୁ, ଟଙ୍କା ପାଆନ୍ତୁ

ଜୋମାଟୋ ଭିନ୍ନ ମାର୍କେଟିଙ୍ଗ ଫଣ୍ଡା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି | ଏଗଜିଟ ପୋଲରେ କେନ୍ଦ୍ରରେ ପୁଣି ମୋଦି ସରକାର ଆସିବାକୁ ଆକଳନ କରାଯାଇଛି| ଅନ୍ୟପଟେ ଅନଲାଇନ ଫୁଡ ଡେଲିଭରି ସଂସ୍ଥା ଜୋମାଟୋ ଏକ ଭିନ୍ନ ମାର୍କେଟିଙ୍ଗ ଫଣ୍ଡା ଆପଣେଇଛି | ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆପଣ ଭବିଷ୍ୟବାଣୀ ସତ ହେଲେ ଆପଣଙ୍କୁ କ୍ୟାସବ୍ୟାକ ସହ ଡ଼ିସକାଉଣ୍ଟ ମିଳିବାର ନୂଆ ଅଫର ଲଞ୍ଚ କରିଛି | ଜୋମାଟୋ ଇଲେକ୍ସନ ଲିଗ ନାମକ ଏକ ଅଭିଯାନ ଆରମ୍ଭ କରିଛି | ଏହି କମ୍ପାନି ଦେଶର ସବୁ ସହରରେ ଏହି ଅଫର ଆରମ୍ଭ କରିଛି | ଏଥିରେ ସଠିକ ଭାବରେ କିଏ ପ୍ରଧାନମନ୍ତ୍ରୀ ହେବେ ତାହା କହିଲେ ଆପଣ ଅର୍ଡର କରୁଥିବା ଫୁଡ କୁପନରେ ଡ଼ିସକାଉଣ୍ଟ ସହ କ୍ୟାସବ୍ୟାକ ପାଇପାରିବେ |

.amarujala.com

କମ୍ପାନି ଏହା ପୂର୍ବରୁ ଜୋମାଟୋ ପ୍ରିମିୟର ଲିଗ ମଧ୍ୟ ଆରମ୍ଭ କରିଥିଲା | ଆଇପିଏଲରେ କିଏ ବାଜିମାତ କରିବ ତାହାକୁ ନେଇ ଭବିଷ୍ୟବାଣୀ କରିବାକୁ ଅଫର ଦେଇଥିଲା | କମ୍ପାନି ପକ୍ଷରୁ କୁହାଯାଇଛି ଗ୍ରାହକଙ୍କୁ ପ୍ରତି ଅର୍ଡର ବାବଦକୁ ୪୦ ପ୍ରତିଶତ ଯାଏଁ ଡ଼ିସକାଉଣ୍ଟ ମିଳିପାରିବ | ଆଉ ଯଦି ଭଵିଷ୍ୟଵାଣୀ ସତ ହୁଏ ଅଧିକ ୩୦ ପ୍ରତିଶତ କ୍ୟାସବ୍ୟାକ ମିଳିବ | ମେ ୨୨ ଯାଏଁ ଏହି ଅଫରର ଭରପୁର ଫାଇଦା ଗ୍ରାହକ ଉଠାଇପାରିବେ | କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏ ଯାଏଁ ଭାରତର ୨୫୦ ସହରର ୩ ଲକ୍ଷ ୨୦ ହଜାର ଲୋକ ଏହି ଅଫରରେ ଭାଗ ନେଇଛନ୍ତି |

ସମ୍ବନ୍ଧିତ ଖବର