୨୮ରେ କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ; ପାଟନା ସାହିବରୁ ନିର୍ବାଚନ ଲଢ଼ିବେ

ପାଟନା: ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ  ଶତ୍ରୁଘ୍ନ ସିହ୍ନା  କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ତାହା  ସ୍ପଷ୍ଟ ହୋଇଛି।  ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନ୍ତା ୨୮ରେ ପଦ୍ମ ଛାଡ଼ି କଂଗ୍ରେସ ଦଳରେ ଯୋଗଦେବେ । କଂଗ୍ରେସ ପକ୍ଷରୁ ସିହ୍ନା ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ । ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ପାଟନା ସାହିବରେ ଦେଖିବାକୁ ମିଳିବ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନଙ୍କ ମଧ୍ୟରେ କଡ଼ା ଟକ୍କର ।

oneindia.com

ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ। ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଉ ଥିଲେ ସିହ୍ନା । ସୋସିଆଲ ମିଡ଼ିଆରେ ମୋଦି ବିରୋଧୀ ମନ୍ତବ୍ୟ ଦେବାସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ ବୋଲି କହିଥିଲେ ଶତ୍ରୁଘ୍ନ । ଏବେ ସେ ଟ୍ୱଟି କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଛନ୍ତି । ଏହା ସହ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏହି ଯୋଜନା କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ।

ସମ୍ବନ୍ଧିତ ଖବର