ଜଗନ୍ନାଥ ଚାହିଁଲେନି, ସେ ଜିତିଲେନି

ପୁରୀ: ଜଗନ୍ନାଥ ଚାହିଁଛନ୍ତି, ମୋଦି ପଠେଇଛନ୍ତି| ଏହି ବାକ୍ୟକୁ ଧରି ଦିଲ୍ଲୀର ଏସି ନ୍ୟୁଜରୁମରୁ ସେ ମୈଦାନକୁ ଓହ୍ଲାଇଥିଲେ |ସଂଗଠନ ନଥିଲେ ବି ନିର୍ବାଚନ ମଣ୍ଡଳୀର ପ୍ରାୟ ଅଂଚଳ ବୁଲିଥିଲେ | କେତେବେଳେ ଜଗନ୍ନାଥଙ୍କୁ ମୁଣ୍ଡ ଉପରେ ରଖି ଶୋଭାଯାତ୍ରା କଲେ ତ ପୁଣି କେତେବେଳେ ଭୋଟର ଙ୍କ ଘରେ ରାତି କଟାଇଥିଲେ | ଆମେ କହୁଛୁ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କଥା | କାରଣ ମୋଦି ପୂର୍ବରୁ ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା | ପରେ କିନ୍ତୁ ମୋଦି ତାଙ୍କୁ ପଠେଇଥିବାର ଖୋଦ ସମ୍ବିତ କହିଥିଲେ | ଏହାସହ ଜଗତର ନାଥ ଚାଁହୁଚନ୍ତି ସେ ଲଢନ୍ତୁ ବୋଲି ପ୍ରଚାର ବି କରିଥିଲେ | ନିଜ ରାଜନୀତିରେ ବ୍ରାଣ୍ଡ ଜଗନ୍ନାଥ ବ୍ୟବହାର କରି ଜିତିବାକୁ ଚାହିଁଥିଲେ ବି ପରାଜିତ ହେବାକୁ ପଡିଛି |ଅବଶ୍ୟ ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେଇଥିଲେ ସମ୍ବିତ ନିର୍ବାଚନର କିଛି ଦିନ ପୂର୍ବରୁ ଆସି ଲୋକଙ୍କ ପାଖକୁ ଯିବା ଆଉ ସମର୍ଥନ ଯୋଗାଡ଼ କରିବାରେ ବି କସରତ କରିଥିଲେ | କିନ୍ତୁ ଲୋକଙ୍କ ଭୋଟିଂ ମୁଡ଼କୁ ବୋଧେ ବୁଝିପାରିନଥିଲେ ସମ୍ବିତ | ଭକ୍ତି ଆସ୍ଥା ଭାବେ ପୂଜୁଥିବା ପୁରୀ ବାସିନ୍ଦା ଜଗନ୍ନାଥଙ୍କୁ ନେଇ ରାଜନୀତି ବୋଧେ ପସନ୍ଦ କରିନାହାନ୍ତି |

ସମ୍ବନ୍ଧିତ ଖବର