ନିର୍ବାଚନୀ ମଇଦାନରେ ଦୁଇ ପୂର୍ବତନ ପିସିସି ସଭାପତି : ଆନନ୍ଦପୁରରୁ ଜୟଦେବ ଓ ସତ୍ୟବାଦୀରୁ ପ୍ରସାଦ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଜାରି ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଛି କି ଏଥର  ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି । ଜୟଦେବ ଜେନା ଆନନ୍ଦପୁରରୁ ନିର୍ବାଚନ ଲଢ଼ିବା ବେଳେ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ପ୍ରସାଦ ହରିଚନ୍ଦନ।

ଗତ ନିର୍ବାଚନରେ ଉଭୟ ନେତା ପରାଜୟ ବରଣ କରିଥିଲେ ହେଁ ଦଳ ପୁଣି ଥରେ ଉଭୟଙ୍କ ଉପରେ ଆସ୍ଥା ପ୍ରକଟ କରିଛି। । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆନନ୍ଦପୁରରୁ ନିର୍ବାଚନ ଲଢିବା ସହ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ଲାଗି ଦଳ ଟିକେଟ ଦେଇଛି ।

ତେବେ କଂଗ୍ରେସ ପକ୍ଷରୁ ଚଳିତ ନିର୍ବାଚନରେ ଦିଆଯାଇଥିବା ପ୍ରାର୍ଥୀ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଦଳ ପକ୍ଷରୁ ବହୁବାର କୁହାଯାଇଛି । କେବଳ ଏତିକି ନୁହେଁ ରାଜ୍ୟରେ ଦଳକୁ ପୁଣି ଥରେ ଶାସନ ଗାଦିକୁ ଫେରାଇ ଆଣିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ତୁଙ୍ଗ ନେତା ରାଜ୍ୟରେ ସଭା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ନିଜର ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ପୁଣି ଥରେ ଗତକାଲି ୫୪ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ଆଉ ୫୭ଟି ଆସନ ଘୋଷଣା କରିବାକୁ ରହିଲା।

ସମ୍ବନ୍ଧିତ ଖବର