ବିଜେପିରେ ମିଶିଲେ ରାଜସ୍ଥାନର ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବିଜେପିକୁ ଏକ ବଡ଼ ସଫଳତା ମିଳିଛି । ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା ଆଜି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୁଅ ବିଜୟ ବୈଂସଲା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ମୁଖ୍ୟାଳୟର ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତାଙ୍କର ଭରଷା ରହିଛି ।
କିରୋରୀ ସିଂ ବିଜେପିରେ ମିଶିବା ରାଜସ୍ଥାନରେ ବିଜେପିର ଶକ୍ତି ବୃଦ୍ଧି କରିବ । କାରଣ ରାଜ୍ୟର ଗୁଜ୍ଜର ସଂପ୍ରଦାୟରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଜଣେ ଗୁଜ୍ଜର ହୋଇଥିବାରୁ ତାଙ୍କ ପ୍ରଭାବର ମୁକାବିଲା କରିବା ଲାଗି ବିଜେପି ଏହି ପଦକ୍ଷେପ ନେଇଛି । ରାଜ୍ୟରେ ଗୁଜ୍ଜର ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇ ସେ ଚର୍ଚ୍ଚାରେ ଥିଲେ । ୨୦୦୯ରେ ସେ ବିଜେପିରେ ଯୋଗ ଦେଇ ସାଧାରଣ ନିର୍ବାଚନ ଲଢିଥିଲେ ମଧ୍ୟ ହାରିଯାଇଥିଲେ । ପରେ ସେ ବିଜେପି ଛାଡିଦେଇଥିଲେ ।

ସମ୍ବନ୍ଧିତ ଖବର