ବିଜେପି ଟିକେଟ୍ ବଣ୍ଟନକୁ ନେଇ ଉତ୍ତେଜନା: ଖୋର୍ଦ୍ଧାରେ ଗୁଳିମାଡ଼, ଜଣେ ଗୁରୁତର

ଖୋର୍ଦ୍ଧା:  ବିଜେପି ଟିକେଟ୍ ଘୋଷଣା ପରେ ଅନେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଛି । ଏହାରି ଭିତରେ ଖୋର୍ଦ୍ଧାରୁ ଗୁଳିମାଡ ଖବର ସାମ୍ନାକୁ ଆସିଛି । ବିଜେପି ଟିକଟ ବଂଟନକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଓରବର ସିଂ ପଂଚାୟତରେ ଗୁଳିକାଣ୍ଡ ହୋଇଥିବା ଥାନାରେ ଏତଲା ହୋଇଛି । କାଳୁ ଚରଣ ଖଣ୍ଡାୟତରାୟଙ୍କୁ ବିଜେପି ଟିକଟ ଦେବା ପରେ କାଳୁ ଚରଣଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । କାଲି କାଳୁଙ୍କ ସମର୍ଥକ ଓରବର ସିଂ ପଂଚାୟତରେ ପାଟିତୁଣ୍ଡ କରୁଥିବା ବେଳେ କିଛି ସାଧାରଣ ଲୋକ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ ।

ସେହି ସମୟରେ ନରଣଗଡ ପଂଚାୟତ ସମିତି ସଭ୍ୟ ତଥା କାଳୁଙ୍କ ପ୍ରମୁଖ ସହଯୋଗୀ ଗୁଳିମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ସେ କାହାକୁ ଗୁଳିମାଡ କରୁଥିଲେ ତାହା ଜଣାପଡିନଥିବା ବେଳେ ତାଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଛନ୍ତି ଓରବର ସିଂ ପଂଚାୟତର ଯୁଧୀଷ୍ଠିର ମହାପାତ୍ର । ତାଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଏମ୍ସ ଏବଂ ଏବେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜଙ୍କିଆ ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ ଚଳାଇଛି । ଏତଲାରେ ଦର୍ଶାଯାଇଥିବା ଅଭିଯୁକ୍ତମାନେ ଫେରାର ଅଛନ୍ତି ।

ସମ୍ବନ୍ଧିତ ଖବର