ଭଦ୍ରକ: ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ କୋଲକାତାକୁ ଚୋରା ଚାଲାଣ ହେଉଥିବା ୧ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଚୋରା କାରବାରରେ ବ୍ୟବହୃତ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ଠାରୁ ପ୍ରକାଶ ଯେ, ଓଆର୦୫ ଏକ୍ସ ୧୪୧୫ ନମ୍ବର ବିଶିଷ୍ଟ ଏକ ବୋଲେରୋରେ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ଭଦ୍ରକ ପୁଲିସ ବାଲେଶ୍ୱର ଓ ଭଦ୍ରକ ସୀମାନ୍ତର ରାଣୀତାଲ ନିକଟରେ ବୋଲେରୋକୁ ଅଟକାଇଥିଲା। ପୁଲିସ ଅଟକାଉଥିିବା ଜାଣିବା ମାତ୍ରେ ବୋଲେରୋରେ ଥିବା ଅପରାଧୀମାନେ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ପୁଲିସ ବୋଲେରୋ ସହିତ ୧ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର